27.1 C
Bhubaneswar
Wednesday, February 4, 2026
Homeଓଡିଶାଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

କାଶୀପୁର: ରାୟଗଡା ଜିଲ୍ଲାକାଶୀପୁର ବ୍ଲକ ହାଡ଼ିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦୋରାଗୁଡ଼ା ଗ୍ରାମର ଗୋପାଳ ଦୋରାଙ୍କ ନିଖୋଜ ଘଟଣାର ପର୍ଦାଫାସ କରିଛି ଦୋରାଗୁଡ଼ା ପୁଲିସ । ନିଖୋଜ ନେଇ ପରିବାର ଲୋକେ ଚଳିତ ମାସ ନଅ ତାରିଖରେ ଦୋରା ଗୁଡ଼ା ଥାନାରେ ଏତଲା ଦେଇଥିଲେ ।ଗତ ଗୁରୁବାର ନିଖୋଜ ଗୋପାଳଙ୍କ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଥିବା ମୃତଦେହକୁ ଗାଁ ପାଖ ଏକ ନାଳରୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣା ଯାଇଛି । ଏହି ଘଟଣାରେ ପୁଲିସ ,ଦୋରାଗୁଡ଼ା ଗ୍ରାମର କିଛି ଜଣ ସନ୍ଦିଗ୍ଧଙ୍କୁ ଥାନା ନେଇ  ପଚରାଉଚରା କରିବା ପରେ ଗୁଣି ସନ୍ଦେହରେ ବୃଦ୍ଧ ଗୋପାଳଙ୍କୁ ହତ୍ୟା କରି ଥିବାର ଜଣା ଯାଇଛି । ହତ୍ୟା ଅଭିଯୋଗରେ ପୁଲିସ ପାଞ୍ଚ ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଈଶ୍ୱର ଦୋରାକୁ ପୁରୀରୁ ଗିରଫ କରିଛି। ତୀର୍ଥ ଯିବା ବାହାନାରେ ଅଭିଯୁକ୍ତ ଜଣକ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲା। ପୁରୀର କୁମ୍ଭାରପଡ଼ା ଥାନା ସହାୟତାରେ ଦୋରାଗୁଡ଼ା ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇ ଥିବାର ସୂଚନା ମିଳିଛି। ଗୁଣି ସନ୍ଦେହରେ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking