ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରିରେ ସଡ଼କ ଦୁର୍ଘଟଣା। ବସ୍କୁ ପିଟିଲା ହାଇୱା । ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ ।ବାଘମାରି-ଧଳାପଥର ରାସ୍ତା ଗେଡ଼ିଆପଲ୍ଲୀ ନିକଟରେ ଦୁର୍ଘଟଣା ଘଟିଛି । ବସ୍ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଛନ୍ତି । ଘନ କୁହୁଡ଼ି ପାଇଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ବ୍ରହ୍ମଗିରି ଅଞ୍ଚଳରୁ ଫତେଗଡ଼ ରାମ ମନ୍ଦିର ଅଭିମୁଖେ ଆସୁଥିଲା ପିକନିକ ବସ୍ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ବସ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଧଳାପଥର ଫାଣ୍ଡି ପୁଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି ।










