17.1 C
Bhubaneswar
Monday, February 2, 2026
Homeଓଡିଶାବୀର ସୁରେନ୍ଦ୍ର ସାଏ ଓ ସୁଭାଷ ଚନ୍ଦ୍ର ବୋଷ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ:...

ବୀର ସୁରେନ୍ଦ୍ର ସାଏ ଓ ସୁଭାଷ ଚନ୍ଦ୍ର ବୋଷ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ: ମନମୋହନ ସାମଲ

ଭୁବନେଶ୍ୱର: ଭାରତବର୍ଷର ୨ ଜଣ ଶ୍ରେଷ୍ଠ ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଗୋଟିଏ ଦିନରେ ଓଡ଼ିଶା ମାଟିରେ ଜନ୍ମନେବା ଗୋଟିଏ ମହାନ୍ ସଂଯୋଗ। ୧୮୫୭ ମସିହା ଆନ୍ଦୋଳନକୁ ଆମେ ଦେଶର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ବୋଲି କହିଥାଉ। ମାତ୍ର ଏହାର ଦୀର୍ଘ ୨୮ ବର୍ଷ ପୂର୍ବରୁ ଓଡ଼ିଶାରେ ବୀର ସୁରେନ୍ଦ୍ର ସାଏ ଇଂଗ୍ରେଜମାନଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଦେଇଥିଲେ। ଦେଶମାତୃକା ପାଇଁ ଲଢେଇ କରି ଜୀବନର ଦୀର୍ଘ ୩୭ ବର୍ଷ କାଳ ଜେଲ୍‌ଦଣ୍ଡ ସୁରେନ୍ଦ୍ର ସାଏଙ୍କୁ ଭୋଗିବାକୁ ପଡ଼ିଥିଲା ଏବଂ କାରାଗାରରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଏଭଳି ଜଣେ ସ୍ୱାଧୀନତା ସଂଗ୍ରାମଙ୍କ ନାମ ବିଶ୍ୱ ଇତିହାସର ଶିଖରରେ ରହିବା ଉଚିତ୍ । ସେହିପରି କଟକରେ ଜନ୍ମିତ ବରପୁତ୍ର ସୁଭାଷ ଚନ୍ଦ୍ର ବୋଷ ଦେଶ ପାଇଁ ଅନେକ ବଳିଦାନ ଦେଇଛନ୍ତି। ଏହି ଦୁଇ ମହାପୁରଷ ଦେଶମାତୃକାର ସେବାପାଇଁ ଯେଉଁ ବୀରତ୍ୱ ଓ ବଳିଦାନର ପରାକାଷ୍ଟା ଦେଖାଇଥିଲେ। ନିଜର ସାହସ, କଠୋର ସଂକଳ୍ପ ଓ ଦୃଢ଼ ନେତୃତ୍ୱ ବଳରେ ଉଭୟେ ଦେଶକୁ ସ୍ୱାଧୀନତା ପଥରେ ଆଗେଇ ନେଇଥିଲେ। ରାଷ୍ଟ୍ରପତି ସେମାନଙ୍କ ବଳିଦାନ ସର୍ବଦା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।ଓଡ଼ିଶାର ଗର୍ବ ଗୌରବ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ତଥା ପରାକ୍ରମ ଦିବସରେ ଶ୍ରୀ ସାମଲ କହିଛନ୍ତି ଯେ, ପରାଧୀନ ଭାରତରେ ସ୍ୱାଧୀନତା ସଂଗ୍ରାମର ଆଲୋକବର୍ତିତା ସାଜିଥିଲେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଦେଶ ପାଇଁ ତାଙ୍କ ତ୍ୟାଗ, ତପସ୍ୟା, ସାଧନା ଓ ପ୍ରତିବଦ୍ଧତାର କୌଣସି କଳନା କରାଯାଇପାରିବ ନାହିଁ। ଉଭୟ ସ୍ୱାଧୀନତା ସଂଗ୍ରାମୀ ସବୁଦିନ ପାଇଁ ଆମ ସମସ୍ତଙ୍କ ମାର୍ଗଦର୍ଶକ ହୋଇରହିବେ।ଆଜି ଭୁବନେଶ୍ୱର ରସୁଲଗଡସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତି ଓ ଭିଏସ୍‌ଏସ୍ ନଗରସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ରାଜ୍ୟ ସଭାପତି ଶ୍ରୀ ସାମଲ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସାରଦା ପ୍ରସାଦ ଶତପଥୀ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ବରିଷ୍ଠ ନେତା ଶ୍ରୀ ଅରବିନ୍ଦ ଢ଼ାଲି, ଶ୍ରୀ ଜଗନ୍ନାଥ ପ୍ରଧାନ, ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking