24.1 C
Bhubaneswar
Monday, February 2, 2026
Homeଓଡିଶାପ୍ରତିବାଦ କଲେ ନବ ଭାରତ ହିନ୍ଦୁ ସଂଗଠନ 

ପ୍ରତିବାଦ କଲେ ନବ ଭାରତ ହିନ୍ଦୁ ସଂଗଠନ 

ଯାଜପୁର: କୃଷକ ମାନଙ୍କ ମଣ୍ଡିରେ ସମସ୍ୟା ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ନବ ଭାରତ ହିନ୍ଦୁ ସଂଗଠନ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୫ଗୋଟି ପଂଚାୟତର ଚାଷୀ ଓ କୃଷକ ନେତା ଆସି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଣ୍ଡି ରୁ ଧାନ ଉଠି ନ ଥିବାରୁ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଏଥି ସହ ମଣ୍ଡିରେ ଝୋଟ ଅଖା ରେ ଧାନ ଦେବା, କଟନୀ ଛଟନୀକୁ ନେଇ ହେଉଥିବା ସମସ୍ୟାକୁ ଜିଲ୍ଲାପାଳଙ୍କୁ ଉପସ୍ଥାପନ କରିବା ସହ ଏହାର ଯଥାଶୀଘ୍ର ସମାଧାନ ପାଇଁ ଦାବି କରିଥିଲେ। ଏନେଇ ନବ ଭାରତ ହିନ୍ଦୁ ସଂଗଠନ ପକ୍ଷରୁ ଦିନକୃଷ୍ଣ ରାଉତରାୟଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking