19.1 C
Bhubaneswar
Tuesday, February 3, 2026
Homeଓଡିଶାବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ 

ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ 

ଯାଜପୁର: ଶୁକ୍ରବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ନେତାଜୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍ସବ କମିଟିର ମୁଖ୍ୟ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟ ର ପରିସରରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ସମସ୍ତେ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଭାରତକୁ ବିଶ୍ୱ ଗୁରୁ ହେବାରୁ କେହି ଅଟକାଇ ପାରିବେନି ବୋଲି ସମୂହ ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ପ୍ରଭାତ କୁମାର ସ୍ବାଇଁ, ବଵ୍ରୁବାହନ ଜେନା, ପ୍ରଶାନ୍ତ କୁମାର ସାହୁ, ଅଧ୍ୟାପକ ଅଜୟ କୁମାର ପଣ୍ଡା, ଦିଲ୍ଲିପ କୁମାର ବେହେରା, ରଞ୍ଜନ କୁମାର ସାହୁ, ସନାତନ ଦାସ, ଦଶରଥ ସାହୁ , ରାଧିକା ରଞ୍ଜନ କାନୁନଗୋ,ଅଧ୍ୟାପିକା ରିନା ରାୟ , ସସ୍ମିତା ସ୍ବାଇଁ ଓ ଛବିଳା ସାହୁ ଯୋଗ ଦାନ କରି ନିଜ ନିଜର ମତ ରଖିଥିଲେ। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking