21.1 C
Bhubaneswar
Tuesday, February 3, 2026
Homeଓଡିଶାଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ଡିସିପି

ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ଡିସିପି

ଭୁବନେଶ୍ୱର: ଆମ ବସ୍ ଭଙ୍ଗାରୁଜାକୁ ନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ କଡ଼ା ପ୍ରତିକ୍ରିୟା। ଡିସିପି କହିଛନ୍ତି ଯେ ଏହା ଅସାମାଜିକ କାର୍ଯ୍ୟ, ଆଦୌ ବରଦାସ୍ତ କରାଯିବନି। ଗୁରୁତ୍ବର ସହ ନେଇଛୁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁର୍ଘଟଣା ହେବ, ଘରୋଇ ଗାଡ଼ି ବି ଦୁର୍ଘଟଣା ହେଉଛି। କିନ୍ତୁ ଦୁର୍ଘଟଣାକୁ ବାହାନା କରି କେହି ଏଭଳି ଭଙ୍ଗାରୁଜା କରି ପାରିବେନି। ସୂଚନାଯୋଗ୍ୟ, ଆଜି ଜନପଥରେ ବାଇକ୍‌କୁ ଧକ୍କା ଦେଇଥିଲା ଆମ ବସ୍‌। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଆମ ବସ୍ ଭଙ୍ଗାରୁଜା କରିଥିଲେ। ୩ଟା ଆମ ବସ୍ ଭାଙ୍ଗିଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ଦୁର୍ଘଟଣା ଘଟାଇଥିବା ଆମ ବସ୍‌ ସହ ଆଉ ୨ଟି ଆମ ବସ୍‌ ଭାଙ୍ଗି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ପ୍ରାଣ ବିକଳରେ ଆମ ବସ୍‌ ଛାଡ଼ି ପଳାଇଥିଲେ ଡ୍ରାଇଭର, କଣ୍ଡକ୍ଟର। ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସର ମୃଦୁ ଲାଠିଚାଳନା ହୋଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking