24.1 C
Bhubaneswar
Tuesday, January 20, 2026
Homeଓଡିଶାଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦ୍ରାପଡା: ଉପଜିଲ୍ଲାପାଳଙ୍କ ବଦଳିକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା ଦେବ ସାମ୍ବାଦିକ ସଂଘ । କେନ୍ଦ୍ରାପଡା ଜିଲ୍ଲାର ଉପଜିଲ୍ଲାପାଳଙ୍କୁ ତୁରନ୍ତ ବଦଳି ଓ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ରାଜ୍ୟ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଉପ ଜିଲ୍ଲାପାଳ ଅରୁଣ କୁମାର ନାଏକ ବେଖାତିର ଓ ବେଫିକର ଭାବେ ଆଇନକୁ ହାତକୁ ନେଉଛନ୍ତି । ସେ ନିଜକୁ ଜଣେ ସରକାରୀ ଅଧିକାରୀ ଭାବେ ଦେଖୁନାହାନ୍ତି । ଦିନକୁ ଦିନ ତାଙ୍କର ଅଭଦ୍ରାମି ବଢିଚାଲିଛି । ତାଙ୍କ କାର୍ଯ୍ୟାଳୟକୁ ଭେଟିବାକୁ ଆସୁଥିବା ସାଧାରଣ ଜନତାଙ୍କୁ ଅତ୍ୟନ୍ତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି । ଖାଲି ସେତିକି ନୁହେଁ, ସାମ୍ବାଦିକ ମାନଙ୍କୁ ବି ଗାଳି ଗୁଲଜ କରିବା ସହ ଧକ୍କା ମାରିଛନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଏବେ ନିକଟରେ କେନ୍ଦ୍ରାପଡାରେ ପଲ୍ଲୀଶ୍ରୀ ମେଳା ଚାଲିଥିବା ବେଳେ ଜଣେ ଓଡିଶାର ସୁନାମ ଧନ୍ୟ କଳାକାରଙ୍କୁ ଗ୍ୟାଲେରୀରୁୁ ବାହାରି ଯିବାକୁ କହିବାକୁ ମଧ୍ୟ ପଛାଇନାହାନ୍ତି । ସେହି କଳାକାରଙ୍କୁ କଳା ପ୍ରଦର୍ଶନ ପାଇଁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଅପମାନିତ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ଖବର କାଗଜ ଓ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବାସହ ସୋସିଆରେ ମିଡିଆରେ ପ୍ରଘଟ ହୋଇଥିଲା । ଉପଜିଲ୍ଲପାଳଙ୍କ ଏହା ଦାଦାଗିରି କହିଲେ ଅତ୍ୟୁକ୍ତି ହେବ ନାହିଁ । ମୋହନ ସରକାର ଲୋକଙ୍କ ସରକାର କହୁଥିବା ବେଳେ ଏହି ଅଧିକାରୀଙ୍କ ଆଚରଣ ଯୋଗୁଁ ସରକାର ଏଠି ସାଧାରଣରେ ସମାଲୋଚିତ ହେଉଛନ୍ତି । ତେଣୁ କରି ଏହି ଅଧିକାରୀଙ୍କ ବଦଳି ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଶାଖାର ସାମ୍ବାଦିକମାନେ ଦାବି କରିଛନ୍ତି । ଯଦି ଏ ବାବୁଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଆଗାମୀ ଦିନରେ ରାଜ୍ୟ ସାମ୍ବାଦିକ ସଂଘ ଆନ୍ଦୋଳନ କରିବା ବୋଲି ଜିଲ୍ଲା ସଭାପତି ଦୈତାରାରୀ ଜେନା ଚେତାବନୀ ଦେଇଛନ୍ତି । ଦାବିପତ୍ର ଦେବା କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସଂପାଦକ ଅସିତ ପଣ୍ଡା, ସାମ୍ବାଦିକ ସତ୍ୟ ରଞ୍ଜନ ପଣ୍ଡା , ପ୍ରଫୁଲ୍ଲ ମଲ୍ଲ, ପ୍ରବାତ ଲେଙ୍କା , ଅମର ବିଶ୍ୱାଳ ଆଦି ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking