ବାଲୁଗାଁ: ଚିଲିକାରେ ଆଜିଠୁ ଡଲଫିନ ଗଣନା । ୩ ଦିନ ଧରି ବନ ବିଭାଗ ଗଣିବ ବିରଳ ଡଲଫିନ । ଚିଲିକାରେ ଅଛନ୍ତି କେତେ ଇରାୱାଡି ଡଲଫିନ , ତାହାର ଆରମ୍ଭ ହୋଇଛି ଗଣନା ପ୍ରକ୍ରିୟା । ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ୧୦ଟି ଟିମ ଏବଂ ସାତପଡା ରେଞ୍ଚର ୮ ଟି ଟିମ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଡଲଫିନ ଗଣନା କରିବା ପାଇଁ ସମଗ୍ର ଚିଲିକାରେ ୧୮ଟି ଟିମ ଘୁରି ବୁଲୁଛନ୍ତି । ପ୍ରତି ଟିମରେ ୮ରୁ ୧୦ ଜଣ ଲେଖାଏଁ ଗଣନାକାରୀ ସାମିଲ ହୋଇଛନ୍ତିା ଚିଲିକାର ବିଭିନ୍ନ ସ୍ଥାନକୁ ଯାଇ ଡଲଫିନ ବିଶାରଦ ମାନେ ଗଣିବା କାର୍ଯ୍ୟରେ ଲାଗି ପଡିଛନ୍ତି । ବନ୍ୟପ୍ରାଣୀ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରୀ, ସ୍ୱେଚ୍ଛାସେବୀ, ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ଓୟୁଏଟି ଛାତ୍ରଛାତ୍ରୀ ଚିଲିକା ମଟର ବୋଟ ସଂଘର କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି । ଡଲଫିନ ଗଣନା ପାଇଁ ଚିଲିକାରେ ଯାତ୍ରୀବାହୀ ଡଙ୍ଗା, ଭସାପୋଲ, ଟୁରିଷ୍ଟ ଡଙ୍ଗା ଚଳାଚଳ ଦିନ ୧୨ଟା ଯାଏଁ ବନ୍ଦ ରହିବ । ଗତବର୍ଷ ଚିଲିକାରେ ୧୭୪ଟି ଡଲଫିନ ରହିଥିଲେ ।










