27.1 C
Bhubaneswar
Monday, January 19, 2026
Homeଓଡିଶାଓଡ଼ିଶାରେ ସରିଲା ପକ୍ଷୀ ଗଣନା: ଚିଲିକା‌ରେ ୧୧ ଲକ୍ଷ ୩୨ହଜାର ପକ୍ଷୀ

ଓଡ଼ିଶାରେ ସରିଲା ପକ୍ଷୀ ଗଣନା: ଚିଲିକା‌ରେ ୧୧ ଲକ୍ଷ ୩୨ହଜାର ପକ୍ଷୀ

ଭୁବନେଶ୍ୱର: ବନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ଶୀତକାଳୀନ ଚିଲିକା ପକ୍ଷୀ ଗଣନା ରିପୋର୍ଟ । ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ ଟି ବିଦେଶାଗତ ପକ୍ଷୀ । ସେହିପରି ଚିଲିକାରେ ୯୦ ପ୍ରଜାତିର ୨୧ ହଜାର ୯୪୩ ଟି ସ୍ଥାନୀୟ ପକ୍ଷୀଙ୍କୁ ଠାବ କରାଯାଇଛି । ୨୦୨୬ ପକ୍ଷୀ ଗଣନା ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଚିଲିକାରେ ଅଛନ୍ତି ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ପକ୍ଷୀ। ୨୦୨୫ରେ ଚିଲିକାକୁ ଆସିଥିଲେ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ। ଚଳିତ ବର୍ଷ କେବଳ ନଳବଣକୁ ଆସିଛନ୍ତି ୩ ଲକ୍ଷ ୯୭ ହଜାର ୫୮୭ ପକ୍ଷୀ, ଯାହାକି ଗତବର୍ଷ ତୁଳନାରେ ୫୪ ହଜାର ୩୬୧ ଅଧିକ । ୨୦୨୫ରେ ନଳବଣକୁ ଆସିଥିଲେ ୩ ଲକ୍ଷ ୪୩ ହଜାର ୨୨୬ ପକ୍ଷୀ। ଚଳିତ ବର୍ଷ ଚିଲିକାକୁ ଆସିଥିବା ବିଦେଶୀ ପକ୍ଷୀଙ୍କ ମଧ୍ୟରୁ ସର୍ବାଧିକ ନର୍ଦନ ପିନଟେଲ ଓ ୟୁରାସିଆ ୱିଗନ ଓ ତୃତୀୟ ଗଡୱାଲ ଚିହ୍ନଟ ହୋଇଛନ୍ତି । ଚିଲିକାକୁ ୨ ଲକ୍ଷ ୧୮ ହଜାର ୯୯୩ ନର୍ଦନ ପିନଟେଲ, ୧ ଲକ୍ଷ ୫୩ ହଜାର ୩୧୮ ୟୁରାସିଆ ୱିଗନ, ୧ ଲକ୍ଷ ୪୩ ହଜାର ୧୨୭ ଗଡୱାଲ ପକ୍ଷୀ ଆସିଛନ୍ତି। ସେହିପରି ଚଳିତ ବର୍ଷ ପ୍ରଥମ ଥର ପ୍ଲେନ ମାର୍ଟିନ ଓ ବେଙ୍ଗାଲ ବସଲାର୍କ ନାମକ ଦୁଇଟି ନୂଆ ପ୍ରଜାତିର ପକ୍ଷୀଙ୍କୁ ଚିଲିକାରେ ଠାବ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking