27.1 C
Bhubaneswar
Monday, January 19, 2026
Homeଦେଶ ବିଦେଶଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ

ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ । ସୋମବାର ସକାଳେ ଦିଲ୍ଲୀ – ଏନସିଆରକୁ ଥରାଇ ଦେଇଥିଲା ଭୂମିକମ୍ପ । ସକାଳ ପ୍ରାୟ ୮:୪୪ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୮ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀରେ ଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିରୁ ପ୍ରାୟ ୫ କିଲୋମିଟର ତଳେ ଥିଲା । ମୃଦୁ ଭୂମିକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ । ଏହା ପୂର୍ବରୁ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜୁରାଟରେ ୪.୧ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking