18.1 C
Bhubaneswar
Thursday, January 15, 2026
Homeଓଡିଶାଉଦ୍ଧାର ଶିଶୁକୁ ନେଇ ପ୍ରଶାସନ ନାକେଦମ

ଉଦ୍ଧାର ଶିଶୁକୁ ନେଇ ପ୍ରଶାସନ ନାକେଦମ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବାଛୁରିବାଙ୍କ ଗ୍ରାମରୁ ଏକ ଶିଶୁକୁ ଉଦ୍ଧାର କରିବା ପରେ ଏବେ ଜିଲ୍ଲା ପ୍ରଶାସନକୁ ନାକେ ଦମ ହୋଇଛି। ମଙ୍ଗଳବାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସହାୟତାରେ ସିଡବ୍ଲ୍ୟୁସି ଉକ୍ତ ଶିଶୁପୁତ୍ରକୁ ବାଛୁରିବାଙ୍କ ଗ୍ରାମର ଦମ୍ପତି ମୂଷା ନାଏକ ଓ ବାସନ୍ତୀ ନାଏକଙ୍କ ଘରୁ ଉଦ୍ଧାର କରି ଶିଶୁ ଗୃହକୁ ପଠାଇଦେଇଛି। ଫଳରେ ଶିଶୁ ପୁତ୍ରକୁ ନେବା ପାଇଁ ଆଜି ଉକ୍ତ ଦମ୍ପତି ଓ ତାଙ୍କ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଫିସ କକ୍ଷକୁ ଘେରି ରହି ଜିଦ ଧରିଛନ୍ତି। ଏପରିକି ଉକ୍ତ ଦମ୍ପତି ଶିଶୁ ନେବା ପାଇଁ କାନ୍ଦି କାନ୍ଦି ଗଡୁଥିବା ସହିତ ଚେତାଶୂନ୍ୟ ହୋଇପଡ଼ିବାର ଦେଖିବାକୁ ମିଳିଛି। ଫଳରେ ଜିଲ୍ଲାପାଳ କକ୍ଷ ବାହାରକୁ ବାହାରି ପାରୁନଥିବା ଦେଖାଯାଇଛି।

ଖବରପାଇ ଟାଉନ ପୁଲିସ ପହଞ୍ôଚ ଉକ୍ତ ଦମ୍ପତି ଓ ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି। ସୂଚନା ମୁତାବକ, ଏହି ଦମ୍ପତି ନିଃସନ୍ତାନ ଥିବାବେଳେ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଉକ୍ତ ଶିଶୁକୁ ପାଳିଛନ୍ତି। ଗତ ୯।୧୨।୨୦୨୬ ଅର୍ଥାତ ଏକ ମାସ ପୂର୍ବେ ତାଙ୍କ ଗ୍ରାମ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଜଙ୍ଗଲରେ ଏହି ନବଜାତ ଶିଶୁ ପୁତ୍ରଟି ମୁର୍ମୁଶୁ ଅବସ୍ଥାରେ ପାଇଥିଲେ। ପରେ ଏହି ନିଃସନ୍ତାନ ଦମ୍ପତି ତାଙ୍କୁ ନିଜର ପୁଅ ଭାବେ ପାଳି ଥିଲାବେଳେ ନାମକରଣ ମଧ୍ୟ କରିଥିଲେ। ମାତ୍ର ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିବା ବେଳେ ଏବେ ତାକୁ ସିଡବ୍ଲ୍ୟୁସି ତାଙ୍କ ଠାରୁ ଶିଶୁକୁ ଛଡାଇ ଆଣିଥିବା କହିଛନ୍ତି ଦମ୍ପତି। ଫଳରେ ଉକ୍ତ ଶିଶୁକୁ ନେବା ପାଇଁ ଜିଦରେ ରହିଛନ୍ତି ଦମ୍ପତି। ସେପଟେ ନିୟମ ମୁତାବକ ଉକ୍ତ ଶିଶୁକୁ ଦେଇ ପାରିବେ ନାହିଁ ବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଯାହାଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ଧରି ଉତ୍ତେଜନା ଦେଖା ଦେଇଥିଲା ବେଳେ ପୁଲିସ ପହଞ୍ôଚ ଗ୍ରାମବାସୀ ଓ ପାଳିତ ପିଲାର ବାପା,ମା’ଙ୍କୁ ବଳପୂର୍ବକ ଉଠାଇ ନେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking