18.1 C
Bhubaneswar
Friday, January 16, 2026
Homeଓଡିଶାକପିଳାସ ପୀଠରୁ ମଗ୍‌ଜି ସପ୍ତାହର ଶୁଭାରମ୍ଭ

କପିଳାସ ପୀଠରୁ ମଗ୍‌ଜି ସପ୍ତାହର ଶୁଭାରମ୍ଭ

ଢେଙ୍କାନାଳ : ଢେଙ୍କାନାଳ ମଗ୍‌ଜି ପ୍ରେମୀଙ୍କ ଦ୍ୱାରା ପବିତ୍ର ମକର ସଂକ୍ରାନ୍ତି ତଥା ଢେଙ୍କାନାଳର ଆରାଧ୍ୟ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଦୁର୍ଲ୍ଲଭ ନାଗାଭରଣ ବେଶ ଅବସରରେ ମହାପ୍ରଭୁଙ୍କୁ ଏହି ସ୍ୱାଦିଷ୍ଟ ମିଠା ସମର୍ପଣ କରି ଆଜି ପୂର୍ବାହ୍ନରେ ରୀତିନୀତିରେ ପୂଜାର୍ଚ୍ଚନା କରିବା ସହ ଭକ୍ତ ମାନଙ୍କୁ ମଗଜି ବଣ୍ଟନ କରାଯାଇ ବିଶ୍ୱ ମଗ୍‌ଜି ଦିବସ ପାଳନ କରାଯାଇଛି। ମନ୍ଦିର ପରିସରରେ ଢେଙ୍କାନାଳ ଅଧିବାସୀ ଓ ଢେଙ୍କାନାଳ ମିଠା ଦୋକାନୀ ସଂଘର ମିଳିତ ଆନୁକୂଲ୍ୟରେ ବିଶ୍ୱ ମଗ୍‌ଜି ଦିବସ ପାଳନ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବରେ ଓୟୁଏଟିର କୁଳପତି ପ୍ରଫେସର୍ ଡ. ପ୍ରଭାତ କୁମାର ରାଉଳ ଯୋଗଦେଇ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଆଶୀର୍ବାଦ ନେବା ସହିତ ଏହି ମଗ୍‌ଜି ମିଠା ଓ ଏହାର ସ୍ୱାଦ ନିଆରା ଏବଂ ଏହି ଦିବସକୁ ଏକ ଆଧ୍ୟାତ୍ମିକ ପରିବେଶରେ ପାଳନ କରିଥିବାରୁ ଆୟୋଜକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଏହାର ପ୍ରସାରପ୍ରଚାର କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ମତ ରଖିଥିଲେ। ଆଇଏଏସ୍ ପ୍ରୋବେଶନର ତଥା ଭୁବନ ତହସିଲଦାର ଭଗତ ସାମଲ କଲ୍ୟାଣରାଓ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି, ଡ. ଦିବ୍ୟ ସୁନ୍ଦର କର ପ୍ରମୁଖ ଉପସ୍ଥିତ ରହି ଏହି ନିଆରା ପ୍ରୟାସ ପାଇଁ ଆୟୋଜନ କମିଟିକୁ ଧନ୍ୟବାଦ ଦେଇଥିଲେ। ଚଳିତ ବର୍ଷ ଏହି ଦିବସକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ “ମଗଜି ସପ୍ତାହ’ ପାଳନ ହେବ।

ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ଏହି ମଗ୍‌ଜି ମହୋତ୍ସବ ବିଭିନ୍ନ ସ୍ଥାନ ଯଥା ବିଦ୍ୟାଳୟ, ମହାବିଦ୍ୟାଳୟ, କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମକୁ ମଗ୍‌ଜି ମହୋତ୍ସବ ତଥା ମଗ୍‌ଜି ଦିବସ ପାଳନ କମିଟିର ଆବାହକ ଇଂ ସୌମ୍ୟବ୍ରତ ସାହୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବା ସହିତ ଢେଙ୍କାନାଳିଆ ବୋଲି ଏହା ବିଶ୍ୱରେ ଆଉ ଏକ ପରିଚୟ ମିଳିଛି ବୋଲି ଗର୍ବର ସହ କହିଥିଲେ। ଢେଙ୍କାନାଳ ମିଠା ଦୋକାନୀ ସଂଘର ସଭାପତି ଜୟପ୍ରକାଶ ସାହୁ, ସଂଘର ହୃଷିକେଶ ସାହୁ, ବଳରାମ ସାହୁ, ପ୍ରସିତ କୁମାର ସାହୁ, ସୋମନାଥ ସାହୁ, ଶିବାନନ୍ଦ ସାହୁ, ସସିକାନ୍ତ, ମନୋଜ ସାହୁ, ଯଶବନ୍ତ ସାହୁ, ଜ୍ୟୋତିରାମ ସିଂ, ପ୍ରଦୀପ ବେହେରା ଏବଂ ଜିଲ୍ଲା ମିଠା ଦୋକାନୀ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ମନ୍ଦିରର ସେବାୟତ, ଭକ୍ତମାନଙ୍କୁ ଢେଙ୍କାନାଳ ମଗ୍‌ଜି ବଣ୍ଟନ କରାଯାଇଥିଲା। ଢେଙ୍କାନାଳ ମଗ୍‌ଜି ମଇଷି ଖିର ଓ ଘିଅରୁ ପ୍ରସ୍ତୁତ ହୋଇଥାଏ। ମଇଁଷି ଖିରରେ ପ୍ରସ୍ତୁତ ଛେନାରେ ଚିନି ଓ ଗୁରୁରାତି ମିଶାଇ ଏହି ମଗ୍‌ଜି ଲଡୁ ପ୍ରସ୍ତୁତ କରାଯାଏ। ଏଥିରେ ପାଣି ବ୍ୟବହାର କରାଯାଉ ନଥିବାରୁ ପ୍ରସ୍ତୁତ ପରେ ଏହି ମଗ୍‌ଜି ଲଡୁ ୧୫ରୁ ୨୦ଦିନ ପର୍ଯ୍ୟନ୍ତ ରହିଥାଏ। ମଗ୍‌ଜି ଲଡୁର ଇତିହାସ ପ୍ରାୟ ୬୦୦ ବର୍ଷରୁ ପୁରୁଣା। ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ୍‌ର ଷଡ଼ଙ୍ଗୀ ଅଞ୍ଚଳରେ ବହୁଳ ପରିମାଣରେ ମଗ୍‌ଜି ଲଡୁ ପ୍ରସ୍ତୁତ କରାଯାଇଥାଏ। ଶେଷରେ ସମ୍ପାଦକ ଜିତେଶ କୋଟାକ୍ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking