ଥାଇଲାଣ୍ଡ: ଥାଇଲାଣ୍ଡରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କ୍ରେନ୍ ଖସିପଡିବାରୁ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ନାଖୋନ୍ ରତଚାସିମା ପ୍ରୋଭିନ୍ସରେ ଏହି ବଡ ଟ୍ରେନ୍ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ସକାଳେ ବ୍ୟାଙ୍କକରୁ ଉତ୍ତର ପୂର୍ବ ଭାଗ ଉବୋନ୍ ରତଚାଥାନୀ ପ୍ରଦେଶ ଯାଉଥିଲା । ସେହି ସମୟରେ ରାସ୍ତାରେ ନାଖୋନ୍ ରତଚାସିମା ପ୍ରୋଭିନ୍ସ ନିକଟରେ ରେଲୱେ ପ୍ରକଳ୍ପ କାମରେ ନିୟୋଜିତ କ୍ରେନ୍ ହଠାତ୍ ଉପରୁ ଟ୍ରେନ୍ର ଏକ ବଗି ଉପରେ ଖସିପଡିଥଲା । ଏହା ଫଳରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ, ଥାଇଲ୍ୟାଣ୍ଡ ରେଳବାଇ କହିଛି ଯେ, ସିଟିଂ ପ୍ଲାନ୍ ଆଧାରରେ, ନିର୍ମାଣ କ୍ରେନ୍ ଖସି ପଡ଼ିଥିବା ଟ୍ରେନରେ ପ୍ରାୟ ୧୯୫ ଜଣ ଲୋକ ଥିଲେ । ଥାଇଲ୍ୟାଣ୍ଡର ଉପ-ପ୍ରଧାନମନ୍ତ୍ରୀ ଏବଂ ପରିବହନ ମନ୍ତ୍ରୀ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଥାଇଲ୍ୟାଣ୍ଡରେ ଶିଳ୍ପ ଏବଂ ନିର୍ମାଣ ସ୍ଥାନରେ ଦୁର୍ଘଟଣା ବହୁ ଦିନ ଧରି ସାଧାରଣ ହୋଇଆସିଛି, ଦୁର୍ବଳ ସୁରକ୍ଷା ନିୟମ ଯୋଗୁଁ ପ୍ରାୟତଃ ମୃତ୍ୟୁ ଘଟୁଛି । ତେବେ ଏହି ଦୁର୍ଘଟଣା ପାଇଁ କିଏ ଦାୟୀ ସେନେଇ ତଦନ୍ତ କରୁଛି ପୋଲିସ ।










