16.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶୟୁକ୍ରେନ୍ ଉପରେ ଘନଘନ କ୍ଷେପଣାସ୍ତ୍ର ମାଡ଼; କିଭ୍ ଓ ଖାର୍କିଭ୍ ସହର ଛାରଖାର

ୟୁକ୍ରେନ୍ ଉପରେ ଘନଘନ କ୍ଷେପଣାସ୍ତ୍ର ମାଡ଼; କିଭ୍ ଓ ଖାର୍କିଭ୍ ସହର ଛାରଖାର

କିଭ୍‌: ରୁଷ୍ ପକ୍ଷରୁ ୟୁକ୍ରେନ୍ ଉପରେ ପୁଣିଥରେ ବଡ଼ ଧରଣର ଆକ୍ରମଣ ହୋଇଛି। ରିପୋର୍ଟ ଅନୁସାରେ ରୁଷ୍ ସେନା ୟୁକ୍ରେନ୍‌ର ଦୁଇଟି ବୃହତ୍ତମ ସହର କିଭ୍ ଓ ଖାର୍କିଭ୍ ଉପରେ ଚଳିତ ବର୍ଷର ସବୁଠାରୁ ଭୟଙ୍କର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ଡ୍ରୋନ୍ ଏବଂ ମିସାଇଲ୍ ମାଧ୍ୟମରେ କରାଯାଇଛି। ୧୩ ତାରିଖ ଭୋର୍ ଅର୍ଥାତ୍ ମଙ୍ଗଳବାର ଭୋର୍ ସମୟରେ ହୋଇଥିବା ଏହି ଆକ୍ରମଣକୁ ୟୁକ୍ରେନୀୟ ଅଧିକାରୀ ଓ ମିଡ଼ିଆ ଏବର୍ଷର ସବୁଠାରୁ ତୀବ୍ର ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ୟପକ୍ଷେ ଏହି ଆକ୍ରମଣରେ ଯେଉଁଠି ଗୋଟିଏ ପଟେ କିଭ୍ ଏବଂ ଖାର୍କିଭ୍ ସହର ପୁଣିଥରେ ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛନ୍ତି ସେତେବେଳେ ୟୁକ୍ରେନ୍ ସରକାର ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ଲୋଡିଛି।

ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ଯେ, ଭୋର୍ ସମୟରେ ପ୍ରାୟ ଏକ ଘଣ୍ଟା ଧରି ୨୦ରୁ ଅଧିକ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିଲା। କିଭ୍‌ର ସାମରିକ ପ୍ରଶାସନ ମୁଖ୍ୟ ତିମୁର୍ ଟାକଜୋଙ୍କ୍ କହିଛନ୍ତି ଯେ ରାଜଧାନୀ ଉପରେ ଏକ ସଂକ୍ଷିପ୍ତ କିନ୍ତୁ ଅତ୍ୟନ୍ତ ତୀବ୍ର ମିସାଇଲ୍ ଆକ୍ରମଣ ହୋଇଛି। ରାଜଧାନୀ କିଭ୍‌ରେ ବିସ୍ଫୋରଣର ଭୟଙ୍କର ଶବ୍ଦ ଶୁଣାଯାଇଥିଲା ଏବଂ କେତେକ ପ୍ରତିଷ୍ଠାନ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ତେବେ ଖାର୍କିଭ୍ ପ୍ରାନ୍ତରେ ହୋଇଥିବା ମିସାଇଲ୍ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଖାର୍କିଭ୍ ରୁଷ୍‌-ସୀମାରୁ ମାତ୍ର ୩୦ କିଲୋମିଟର୍ ଦୂରରେ ଥିବାରୁ ଏହା ବାରମ୍ବାର ଆକ୍ରମଣର ଶିକାର ହୋଇଆସିଛି।ତେବେ ଆକ୍ରମଣ ସମ୍ପର୍କରେ ୟୁକ୍ରେନ୍ ସେନା କିମ୍ବା ରୁଷ୍ ପକ୍ଷରୁ କୌଣସି ମନ୍ତବ୍ୟ ଆସିନାହିଁ। ପ୍ରକାଶ, ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ୨୦୨୨ ଫେବ୍ରୁଆରୀରୁ ଯୁଦ୍ଧ ଜାରି ରହିଛି। ରୁଷ୍ ବାରମ୍ବାର ମିସାଇଲ୍ ଓ ଡ୍ରୋନ୍ ବ୍ୟବହାର କରି ୟୁକ୍ରେନର ବିଦ୍ୟୁତ୍ ଓ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ୍ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking