19.1 C
Bhubaneswar
Tuesday, January 13, 2026
Homeଓଡିଶାଜଳସମ୍ପଦ ବିଭାଗ ସାଂସ୍କୃତିକ ପରିଷଦର ୨୨ତମ ବାର୍ଷିକ ଉତ୍ସବ ଉଦଯାପିତ

ଜଳସମ୍ପଦ ବିଭାଗ ସାଂସ୍କୃତିକ ପରିଷଦର ୨୨ତମ ବାର୍ଷିକ ଉତ୍ସବ ଉଦଯାପିତ

ଭୁବନେଶ୍ୱର: ଜଳସମ୍ପଦ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ୨୨ତମ ବାର୍ଷିକ ଉତ୍ସବ ୨୦୨୫–୨୬ର ଦ୍ୱିତୀୟ ଓ ଶେଷ ଦିନର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଉତ୍ସାହ, ଆନନ୍ଦ ଓ ସାଂସ୍କୃତିକ ରସରେ ଭରି ସଫଳତାର ସହିତ ସମାପ୍ତ ହୋଇଛି।ଉତ୍ସବରେ ବିଭାଗର ମୁଖ୍ୟ ଅତିଥି ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ନରହରି ସେଠୀ, ବରେଣ୍ୟ ଅତିଥି ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ଓ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମୁକୁଲ ଚନ୍ଦ୍ର ବେରା ଯୋଗ ଦେଇଥିଲେ । ପରିଷଦର ସଭାପତି ଶ୍ରୀଯୁକ୍ତ ଜୟକିଶୋର ମିଶ୍ର ସ୍ବାଗତ ଅଭିଭାଷଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।ସାଂସ୍କୃତିକ ପରିଷଦ ଦ୍ବାରା କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।

ଦୁଇ ଦିନିଆ ଏହି ବାର୍ଷିକ ଉତ୍ସବର ଶେଷ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ପ୍ରସ୍ତୁତ ନାଟକ “ମତେ ଘୁଙ୍ଗୁର ପିନ୍ଧିବା ମନା” ପରିବେଷିତ ହୋଇଥିଲା। ଏହି ନାଟକଟି ତ୍ରିନାଥ ବାରିକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏଵଂ ଧନେଶ୍ଵର ସାହୁଙ୍କ ଦ୍ଵାରା ଉପନିର୍ଦ୍ଦେଶନା ଦେଇଥିଲେ।ସାରଗର୍ଭୀତ କଥାବସ୍ତୁ, ସଜୀବ ଅଭିନୟ ଓ ସାମାଜିକ ବାର୍ତ୍ତା ଦର୍ଶକମାନଙ୍କୁ ଗଭୀର ଭାବେ ଆକର୍ଷିତ କରିଥିଲା। ଶେଷ ଦିନର କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଓଡ଼ିଆ ସାହିତ୍ୟ, ନାଟ୍ୟ ଓ କଳାକୃତି ପ୍ରତି ସେମାନଙ୍କ ସୃଜନଶୀଳତା ଓ ପ୍ରତିଭା ପ୍ରତିଫଳିତ ହୋଇଥିଲା। ଏହି ଅବସରରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ରହି ଉତ୍ସବକୁ ଗରିମାମୟ କରିଥିଲେ। ଉତ୍ସବର ସମାପନ ଅବସରରେ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀଯୁକ୍ତ ଜୟକିଶୋର ମିଶ୍ର ଦୁଇ ଦିନିଆ ବାର୍ଷିକ ଉତ୍ସବକୁ ସଫଳ ଓ ସୁସଂଗଠିତ ଭାବେ ଆୟୋଜନ କରିବାରେ ସହଯୋଗ କରିଥିବା କଳାକାର, ଅତିଥି, ଅଧିକାରୀ, କର୍ମଚାରୀ ଓ ଦର୍ଶକମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking