27.1 C
Bhubaneswar
Tuesday, January 13, 2026
Homeଓଡିଶାମାଓବାଦୀ ନାଁରେ ବଦ୍‌ମାସୀ: ଡିଆଇଜି

ମାଓବାଦୀ ନାଁରେ ବଦ୍‌ମାସୀ: ଡିଆଇଜି

ଭବାନୀପାଟଣା: ଭବାନୀପାଟଣା ଗୋଦାମରେ ଅଗ୍ନିକାଣ୍ଡକୁ ନେଇ କୋରାପୁଟ ଡିଆଇଜିଙ୍କ ପ୍ରତିକ୍ରିୟା । ଏହା ମାଓବାଦୀଙ୍କ କାମ ନୁହେଁ କହିଲୋ ଡିଆଇଜି କନୱର ବିଶାଲ ସିଂ । ଏହି ଘଟଣାରେ ଡିଆଇଜି କହିଛନ୍ତି ଯେ ଏହା ମାଓବାଦୀଙ୍କ କାମ ନୁହେଁ, ମାଓବାଦୀଙ୍କ ନାଁରେ କିଏ ବଦମାସୀ କରିଛି । ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଯୋଗ୍ୟ, ଆଜି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଭବାନୀପାଟଣା ନର୍ଲା ଥାନା ଛତାମହୁଲ ରୁପ୍ରରୋଡରେ ଜଣେ ଠିକାଦାରଙ୍କ ଗୋଦାମ ଜାଳି ଦେଇଥିଲେ କିଛି ଦୁର୍ବୃତ୍ତ । ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଗୋଦାମର ଅନେକ ସ୍ଥାନରେ ମାଓବାଦୀଙ୍କ ନାଁରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଆଗାମୀ ବର୍ଷରେ ଆହୁରି ଗୋଦାମରେ ନିଆଁ ଲଗାଇବାକୁ ପୋଷ୍ଟରରେ ଧମକ ମଧ୍ୟ ଲେଖାଯାଇଥିଲା । ଏହା ସହ ଠିକାଦାରଙ୍କ ଜଣେ କର୍ମଚାରୀଙ୍କୁ ୪୮ ଘଣ୍ଟାରେ ମାରିଦେବାକୁ ଧମକ ଦିଆଯାଇଥିଲା । କିନ୍ତୁ ପୋଷ୍ଟରଗୁଡିକ ନକଲି ବୋଲି ସ୍ପଷ୍ଟ କରିଥିଲେ କଳାହାଣ୍ଡି ଏସ୍‌ପି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking