25.1 C
Bhubaneswar
Tuesday, January 13, 2026
Homeଓଡିଶାବୋଲେରୋ - ଆମ୍ବୁଲେନ୍ସ ମୁହାଁମୁହିଁ: ମହିଳା ମୃତ, ୨ ଗୁରୁତର

ବୋଲେରୋ – ଆମ୍ବୁଲେନ୍ସ ମୁହାଁମୁହିଁ: ମହିଳା ମୃତ, ୨ ଗୁରୁତର

ଦିଗପହଣ୍ଡି: ଦିଗପହଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ ଆମ୍ବୁଲେନ୍ସ ମୁହାଁମୁହିଁ ଧକ୍କା ହୋଇଛିଏହି ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣ ଗୁରୁତର ଆହତ ହୋଇଛନ୍ତିମୃତକଙ୍କୁ ରାୟଗଡା କାଶୀପୁର ବାସିନ୍ଦା ଲଳିତା ନାୟକ ବୋଲି ଚିହ୍ନଟ କରାଯାଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ଡ଼େଙ୍ଗାଉସ୍ତା ମୁଖ୍ୟ ରାସ୍ତା କପାମଣ୍ଡି ସମ୍ମୁଖରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସୂଚନା ଅନୁସାରେ, ଲଳିତା ନାୟକ କଟକ ମେଡିକାଲ ଚିକିତ୍ସା ହୋଇ ବୋଲେରୋରେ ନିଜ ଘରକୁ ଫେରୁଥିଲେ, ସାଙ୍ଗରେ ତାଙ୍କ ଭଉଣୀ ଏବଂ ଭଣଜା ଥିଲେ। ସେହି ସମୟରେ କପାମଣ୍ଡି ସମ୍ମୁଖରେ ଗଜପତି ପଟରୁ ଆସୁଥିବା ଘରୋଇ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ଲଳିତାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭଉଣୀ ଓ ଭଣଜା ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡିରେ ଭର୍ତ୍ତି କରିଥିଲେ, ସେଠାରୁ ଗୁରୁତର ଅବସ୍ଥାରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking