27.1 C
Bhubaneswar
Monday, January 12, 2026
Homeଦେଶ ବିଦେଶବିମାନବନ୍ଦରରେ ଟଳିପଡିଲେ ମହିଳା

ବିମାନବନ୍ଦରରେ ଟଳିପଡିଲେ ମହିଳା

ପାଟଣା: ବିହାରର ରାଜଧାନୀ ପାଟନା ବିମାନବନ୍ଦରରେ ଟଳିପଡିଲେ ମହିଳା। ସୁରକ୍ଷା ଯାଞ୍ଚ ସମୟରେ ଜଣେ ମହିଳା ଯାତ୍ରୀ ହଠାତ୍ ତଳେ ପଡ଼ିଯାଇଥିଲେ। ଏହା ପରେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରି ନଥିଲେ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବିମାନବନ୍ଦର ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ସ୍ପାଇସଜେଟର ଏକ ବିମାନରେ ଯାତ୍ରା କରିବାକୁ ଯାଉଥିଲେ। ରବିବାର ଅପରାହ୍ନ ପ୍ରାୟ ୪ଟା ୪୦ ସମୟରେ ଜୟପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା ଯାଞ୍ଚ ଅଞ୍ଚଳରେ ସେ ହଠାତ୍ ତଳେ ପଡ଼ିଯାଇ ମୃତ୍ୟୁବରଣ କରିଛନ୍ତିଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାଙ୍କର ପରିଚୟ ଚିହ୍ନଟ କରାଯାଇଛି ଏବଂ ତାଙ୍କ ପରିବାରକୁ ସୂଚନା ଦିଆଯାଇଛି। ପୋଷ୍ଟମର୍ଟମ ପରୀକ୍ଷା ପରେ ମୃତ୍ୟୁର କାରଣ ନିଶ୍ଚିତ ହେବବୋଲି ଅଧିକାରୀ କହିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking