ଭୁବନେଶ୍ୱର: ରାଜ୍ୟବାସୀଙ୍କୁ କଲବଲ କରୁଛି ଶୀତ। ଘରେ ବାହାରେ ଥଣ୍ଡା ମାଡ଼ରେ ଜନଜୀବନ ତ୍ରାହି ତ୍ରାହି ଡାକୁଛି। ଆହୁରି ୨ରୁ ୩ ଦିନ ଶୀତରୁ ନିସ୍ତାର ନାହିଁ। ଆଜି ପର୍ଯ୍ୟନ୍ତ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ଅନୁଗୁଳ। ସେହିପରି ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳକୁ ଶୀତ ନେଇ ୟେଲୋ ସତର୍କତା ଜାରି ହୋଇଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ନାହିଁ। ପାଗ ଶୁଖିଲା ରହିବ। ଆସନ୍ତା ୨ ଦିନ ପରେ ରାତି ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏଁ ବଢ଼ିପାରେ।









