24.1 C
Bhubaneswar
Wednesday, February 4, 2026
Homeଓଡିଶାମୃତ ରାସନକାର୍ଡ ଧାରୀଙ୍କ ନାଁରେ ରାସନ ସାମଗ୍ରୀ ଉଠାଇଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ମୃତ ରାସନକାର୍ଡ ଧାରୀଙ୍କ ନାଁରେ ରାସନ ସାମଗ୍ରୀ ଉଠାଇଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମୃତ ରାସନ କାର୍ଡ ଧାରୀଙ୍କ ନାଁରେ ରାସନ ସାମଗ୍ରୀ ଉଠାଇଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ । ମୃତ୍ୟୁ ତାରିଖଠାରୁ ଗ୍ରହଣ ହୋଇଥିବା ସାମଗ୍ରୀର ମୂଲ୍ୟ ସଂପୃକ୍ତ ପରିବାରଠାରୁ ଦେଢ଼ ଗୁଣ ହାରରେ ଆଦାୟ ହେବ । ଓଡ଼ିଶାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଂଶୋଧିତ ଆଦେଶ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବ ମଧ୍ୟରେ ଏହି ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମର ସଂଶୋଧନ କରିବାର ଉ‌ଦ୍ଦେଶ୍ୟ ଠକେଇକୁ ରୋକିବା ସହ ଆରସିଏମ୍‌ଏସ୍‌ ତଥ୍ୟକୁ ସୁନିଶ୍ଚିତ କରିବା ଓ ସରକାରୀ ସଂପଦକୁ ସୁରକ୍ଷା କରିବା ବୋଲି ସେ କହିଛନ୍ତି । ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ କ୍ୟାବିନେଟ୍‌ରେ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଜଳ ଜୀବନ ମିସନ ଯୋଜନାରେ ଏଣିକି କେନ୍ଦ୍ରୀୟ ଅନୁଦାନ ରାଶିକୁ ଅଗ୍ରୀମ ଭାବେ ରାଜ୍ୟ ସରକାର ଦେବେ । କେନ୍ଦ୍ରୀୟ ଅନୁଦାନ ଆସିଲା ପରେ ତାହାକୁ ଭରଣା କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବ କ୍ୟାବିନେଟ୍ ମଞ୍ଜୁରୀ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking