22.1 C
Bhubaneswar
Monday, January 12, 2026
Homeଓଡିଶାବଏଲର ସ୍ଥାପନ ଓ ରକ୍ଷାଣାବେକ୍ଷଣରେ ସୁରକ୍ଷା ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ବଏଲର ସ୍ଥାପନ ଓ ରକ୍ଷାଣାବେକ୍ଷଣରେ ସୁରକ୍ଷା ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟର ଔଦ୍ୟୋଗିକ କ୍ଷେତ୍ରରେ ସୁରକ୍ଷିତ, ସୁସଂଗଠିତ ଏବଂ ଦୁର୍ଘଟଣାମୁକ୍ତ କାର୍ଯ୍ୟ ପରିବେଶ ସ୍ଥାପନ ସହ ଶ୍ରମିକଙ୍କ ଜୀବନ ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଦିଗରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଲକ୍ଷ୍ୟ ପୂରଣ ନିମନ୍ତେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଅଧିକାରୀମାନଙ୍କ ପାଇଁ ବିଭିନ୍ନ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରାଯାଉଛି। ସୁରକ୍ଷାମୂଳକ ପଦକ୍ଷେପର ଅଂଶସ୍ୱରୂପ, ରାଜ୍ୟ ଶ୍ରମ ସଂସ୍ଥାନଠାରେ ଅନୁଷ୍ଠିତ “ବଏଲର ସ୍ଥାପନ ଓ ରକ୍ଷାଣାବେକ୍ଷଣରେ ଆବଶ୍ୟକୀୟ ସୁରକ୍ଷା” ସମ୍ବନ୍ଧୀୟ ରାଜ୍ୟସ୍ତରୀୟ କର୍ମଶାଳା ଆଜି ସଫଳତାର ସହ ସମାପ୍ତ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଗତ ୭ ତାରିଖରୁ ଆରମ୍ଭ ହୋଇ ଆଜି ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିଛି।

ଏହି ଉଜାପାନି କାର୍ଯ୍ୟକ୍ରମରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଉଦ୍‌ବୋଧନରେ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ଯନ୍ତ୍ରର ସଠିକ୍ ସ୍ଥାପନ, ନିର୍ଦ୍ଧାରିତ ରେଖାଚିତ୍ରର ଅନୁସରଣ ଏବଂ ନିୟମିତ ରକ୍ଷାଣାବେକ୍ଷଣ ଦ୍ୱାରା ହିଁ ଶିଳ୍ପାନୁଷ୍ଠାନଗୁଡ଼ିକର ଦୀର୍ଘକାଳୀନ ସୁରକ୍ଷା ଓ କାର୍ଯ୍ୟକ୍ଷମତା ସୁନିଶ୍ଚିତ ହୋଇପାରିବ। ସେହିପରି ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ସୁରକ୍ଷା) ଡଃ ମଳୟ କୁମାର ପ୍ରଧାନ ଯନ୍ତ୍ର ପରିଚାଳନା ସମୟରେ ସତର୍କତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଏକ ଛୋଟ ଅସାବଧାନତା ମଧ୍ୟ ଗୁରୁତର ଦୁର୍ଘଟଣାର କାରଣ ହୋଇପାରେ, ତେଣୁ ସଦସ୍ୟମାନଙ୍କ ମଧ୍ୟରେ ସଚେତନତା ଓ ଦାୟିତ୍ୱବୋଧ ବୃଦ୍ଧି କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରଶିକ୍ଷଣ ଶିବିରରେ କଟକ ଡିଭିଜନର ଉପନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପଣ୍ଡା, ଢେଙ୍କାନାଳ ଜୋନର ଉପନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ ପାଣିଗ୍ରାହୀ, ଆଦିତ୍ୟ ଆଲୁମିନିୟମର ଏ.ଜି.ଏମ୍ ଶ୍ରୀ ଲାଗୁଜିତ ଜେନା ଏବଂ ଆଇ.ଓ.ସି.ଏଲ୍ ପାରାଦୀପ ରିଫାଇନେରୀର ଇନସପେକ୍ସନ ମ୍ୟାନେଜର ଶ୍ରୀ ସଞ୍ଜିବ କୁମାର ପଟ୍ଟନାୟକ ପ୍ରମୁଖ ପ୍ରଶିକ୍ଷକ ଯୋଗଦେଇ ବଏଲର ରକ୍ଷାଣାବେକ୍ଷଣ ସମ୍ବନ୍ଧୀୟ ବୈଷୟିକ ଜ୍ଞାନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ତାଲିମ ପ୍ରାପ୍ତ ୩୮ ଜଣ ସ୍ୱୀକୃତିପ୍ରାପ୍ତ କାରଖାନା ଅଧିକାରୀଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking