ନୂଆଦିଲ୍ଲୀ: ଇଡି ରେଡ ନେଇ ଶୁଣାଣି ବେଳେ କଲିକତା ହାଇକୋର୍ଟରେ ପ୍ରବଳ ହଙ୍ଗାମା । ପ୍ରବଳ ଭିଡ ଓ ହଙ୍ଗାମା ପାଇଁ ଶୁଣାଣି ଘୁଞ୍ଚାଇଲେ କଲିକତା ହାଇକୋର୍ଟ । ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ଅନ୍ୟ ଏକ ବେଞ୍ଚରେ ଜରୁରୀ ଶୁଣାଣି ପାଇଁ ଇଡିର ଆବେଦନ ହୋଇଛି । ଇଡି ରେଡ ବିରୋଧରେ ମମତା ବାନାର୍ଜୀଙ୍କ ବିଶାଳ ଶଭାଯାତ୍ରା ହୋଇଛି । କେନ୍ଦ୍ର ବିରଧରେ ସମର୍ଥକଙ୍କ ସହ ମମତା ମଧ୍ୟ ନାରାବାଜି କରିଛନ୍ତି । କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ସୂଚନାଥାଉ କି ଆଜି ସକାଳେ , ଅମିତ ଶାହଙ୍କ କାର୍ଯ୍ୟାର୍ଳୟ ଆଗରେ ଟିଏମସି ସାଂସଦଙ୍କ ବିକ୍ଷୋଭ କରିଛନ୍ତି । ଇଡି ରେଡକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ଟିଏମସି ସାଂସଦ । ବିକ୍ଷୋଭ କରୁଥିବା ସାଂସଦଙ୍କୁ ଘଟଣାସ୍ଥଳରୁ ହଟାଇଛି ଦିଲ୍ଲୀ ପୋଲିସ । ବିଜେପି ବିରୁଦ୍ଧରେ ନାରାବାଜି କରି ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି । ଅନ୍ୟପଟେ ସାଂସଦମାନେ ଆହୁରି କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ସ୍ୱରକୁ ଦମନ କରିବା ପାଇଁ ଇଡି ଏବଂ ସିବିଆଇକୁ ବ୍ୟବହାର କରାଯାଉଛି । ପ୍ରତିବାଦ ଥମିନଥିବାରୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାଂସଦଙ୍କୁ ଅଟକ ରଖିଛି ।ଅର୍ଥ ହେରଫେର ମାମଲାରେ ଆଇ- ପେକ ଉପ ରେ ରେଡ କରିଥିଲା ଇଡି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାଟା ନେଇଯାଇଥିବା ନେଇ ଇଡି ଅଭିଯୋଗ କରିଛି । କୋର୍ଟରେ ଇଡି ଓ ଟିଏମସି ପକ୍ଷରୁ ପୃଥକ ମାମଲା ରୁଜୁ କରିଛି ।










