25.1 C
Bhubaneswar
Monday, January 12, 2026
Homeଓଡିଶାଅଜଣା ଗାଡି ଧକ୍କାରେ ୨ ସ୍କୁଟି ଆରୋହୀ ମୃତ

ଅଜଣା ଗାଡି ଧକ୍କାରେ ୨ ସ୍କୁଟି ଆରୋହୀ ମୃତ

ଖେର୍ଦ୍ଧା: ଜାତୀୟ ରାଜପଥରେ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ଦୁଇ ସ୍କୁଟି ଆରୋହୀ ମୃତ । ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡିଆ ଛକ ନିକଟରେ ଘଟିଛି । ମୃତକ ଦ୍ୱୟ ବାଣପୁର ଅଞ୍ଚଳର ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଦୁଇ ଯୁବକ ଏକ ସ୍କୁଟି ଯୋଗେ ବାଣପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ଦୁହେଁ ପରୀକ୍ଷା ଦେବାକୁ ଯାଉଥିଲେ । ଅଜଣା ଗାଡିଟି ସାମ୍ନାପଟୁ ସ୍କୁଟିକୁ ପିଟିଥିବାର ଅନୁମାନ କରାଯାଉଛି । ଏହାଫଳରେ ଘଟଣାସ୍ଥଳରେ ଉଭୟଙ୍କର ପ୍ରାଣହାନି ଘଟିଛି । ଏନେଇ ଅଧିକ ତଥ୍ୟ ପାଇଁ ଅପେକ୍ଷା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking