25.1 C
Bhubaneswar
Monday, January 12, 2026
Homeଓଡିଶାଓଡିଶା ପଲିଟେକନିକ୍ ରାଙ୍କିଂର ଚତୁର୍ଥ ସଂସ୍କରଣ ପ୍ରକାଶନ

ଓଡିଶା ପଲିଟେକନିକ୍ ରାଙ୍କିଂର ଚତୁର୍ଥ ସଂସ୍କରଣ ପ୍ରକାଶନ

ଭୁବନେଶ୍ବର : ୨୦୨୩-୨୦୨୪ ବର୍ଷ ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ୍ ପରିଷଦର ଅଡିଟୋରିୟମରେ ଓଡ଼ିଶାର ପଲିଟେକ୍ନିକ୍ ରାଙ୍କିଂ ପ୍ରକାଶ କରିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। କଟକସ୍ଥିତ ଭୁବନାନନ୍ଦ ଓଡିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ (ବୋସ୍) ରାଙ୍କିଂରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି। ଏହି ରାଙ୍କିଂ ପ୍ରକ୍ରିୟା (NABET) QCI ଦଳ ଦ୍ୱାରା ପରିଚାଳିତ ହେବା ସହ ଏନେଇ ଅଭିଯୋଗ ସମାଧାନ କମିଟି, କୋର୍ ଗ୍ରେଡିଂ କମିଟି ଏବଂ SCTE&VTରେ ଆପିଲେଟ୍ କମିଟି ଦ୍ୱାରା ସମୀକ୍ଷା କରାଯାଇଥିଲା। ଏଥିରେ ଉଭୟ ସରକାରୀ ଏବଂ ଘରୋଇ ପଲିଟେକ୍ନିକକୁ ସେମାନଙ୍କର ଭିତ୍ତିଭୂମି, ଶିକ୍ଷାଦାନ ପ୍ରକ୍ରିୟା ଏବଂ ଅଭିନବ ପଦକ୍ଷେପଗୁଡ଼ିକୁ ଉନ୍ନତ କରିବାକୁ ଉତ୍ସାହିତ କରିବ।

ରାଜ୍ୟରେ ବୈଷୟିକ ଶିକ୍ଷାର ବିକାଶ ଉପରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଗୁରୁତ୍ବାରୋପ କରିଥିଲେ। ରାଙ୍କିଙ୍ଗ ବ୍ୟବସ୍ଥା ଓଡିଶାର ଯୁବବର୍ଗକୁ ଶିଳ୍ପ ଉପଯୋଗୀ କରିବାରେ ସାହାଯ୍ୟ କରିଛି। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ବଢ଼ାଇଛି। ସମସ୍ତ ଅଧ୍ୟକ୍ଷ ଅଧ୍ୟକ୍ଷାମାନଙ୍କୁ ସମୟସୀମା ମଧ୍ୟରେ ଆକ୍ସନପ୍ଲାନ୍ ପ୍ରସ୍ତୁତ କରିବାକୁ ମନ୍ତ୍ରୀ କହିଥିଲେ। ଏହା ଅନୁଷ୍ଠାନର ସାମଗ୍ରିକ ବିକାଶ, ଶୈକ୍ଷିକ ଗୁଣବତ୍ତା, ଅଧ୍ୟାପକଙ୍କ ଦକ୍ଷତା ବୃଦ୍ଧି, ଶିଳ୍ପ ସଂପୃକ୍ତି, ଭିତ୍ତିଭୂମି ବ୍ୟବହାର ଏବଂ ପରିଚାଳନାଗତ ସଂସ୍କାରକୁ ଫୋକସ୍ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭୂପେନ୍ଦ୍ର ସିଂହ ପୁନିଆ ବିଭାଗର ସାମଗ୍ରିକ ଅଭିବୃଦ୍ଧିକୁ ନେଇ ମତ ରଖିଥିଲେ। ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ସମସ୍ତ ଉଦ୍ୟମ କରିବା ସହ ଉଦ୍ୟୋଗୀତାକୁ ପ୍ରୋତ୍ସାହନ ଦେବା ଉପରେ ସେ ଗୁରୁତ୍ବ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଚକ୍ରବର୍ତ୍ତୀ ସିଂ ରାଠୋର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ବିଶ୍ବରଞ୍ଜନ ରଥ, ନବେଟ କ୍ବିସିଆଇ ସି.ଇ.ଓ ଡକ୍ଟର ବରିନ୍ଦର ଏସ କନଓ୍ବର, ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ୍ ପରିଷଦର ସମ୍ପାଦକ ଶ୍ରୀ ସ୍ବପ୍ନ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking