22.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଚାକିରି ଫ୍ରଡ୍: ସାରା ଦେଶରେ ଚଢାଉ

ଚାକିରି ଫ୍ରଡ୍: ସାରା ଦେଶରେ ଚଢାଉ

ନୂଆଦିଲ୍ଲୀ: ଚାକିରି ଦେବା ନାଁରେ ଠକ ଗ୍ୟାଙ୍ଗକୁ ଧରିବାକୁ ଦେଶସାରା ଚଢାଉ। ଭାରତର ବିଭିନ୍ନ ରାଜ୍ୟ ସମେତ ୧୫ଟି ସ୍ଥାନରେ ତଲାସୀ ଜୋରଦାର ହୋଇଛି। ବିହାରର ୩ଟି ସ୍ଥାନରେ, ପଶ୍ଚିମବଙ୍ଗର ୨ଟି ସ୍ଥାନରେ, କେରଳର ୪ଟି ସ୍ଥାନରେ ରେଡ୍ ଚାଲିଛିଏହା ସହ ଉତ୍ତର ପ୍ରଦେଶର ୪ଟି ସ୍ଥାନରେ ଏବଂ ତାମିଲନାଡୁ ଓ ଗୁଜରାଟରେ ଚଢାଉ ଜାରି ରହିଛି। ବିହାରର ମୁଜାଫରପୁର ଓ ମୋତିହାରୀରେ ମଧ୍ୟ ଚଢାଉ ଜୋରଦାର ହୋଇଛି। ପଶ୍ଚିମବଙ୍ଗର କୋଲକାତା ଓ ତାମିଲନାଡୁର ଚେନ୍ନାଇରେ ଚଢାଉ ଚାଲିଛି।କେରଳର ଏର୍ଣ୍ଣାକୁଲମ୍, ପଣ୍ଡାଲମ୍, ଆଡୋର୍ ଓ କୋଡୁରରେ ଚଢାଉ ଚାଲିଛି। ସରକାରୀ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଇଡିଚାଲିଛି ରେଡ୍। ଭୋରରୁ ଆରମ୍ଭ ହୋଇଥିବା ଏହି ତଲାସୀ ଅଭିଯାନ ଦେଶର ୧୫ଟି ସ୍ଥାନରେ ଚାଲିଛି। ଥମେ ଭାରତୀୟ ରେଳବାଇ ନାମରେ ଧରାପଡ଼ିଥିବା ଏହି ଠକେଇ ପରେ ଜଙ୍ଗଲ ବିଭାଗ, ରେଳ ନିଯୁକ୍ତି ବୋର୍ଡ (ଆରଆରବି), ଭାରତୀୟ ଡାକ, ଆୟକର ବିଭାଗ, ହାଇକୋର୍ଟ, ପବ୍ଲିକ୍ ୱାର୍କସ୍ ବିଭାଗ (ପିଡବ୍ଲୁଡି), ବିହାର ସରକାର, ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ), ରାଜସ୍ଥାନ ସଚିବାଳୟ ସମେତ ୪୦ରୁ ଅଧିକ ସରକାରୀ ସଂଗଠନ ଏବଂ ବିଭାଗକୁ ବ୍ୟାପିଥିବା ଜଣାପଡିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking