22.1 C
Bhubaneswar
Monday, January 12, 2026
Homeଦେଶ ବିଦେଶହ୍ରାସ ପାଇଲା ସୁନା ଦର

ହ୍ରାସ ପାଇଲା ସୁନା ଦର

ନୂଆଦିଲ୍ଲୀ: ଆଜି ସୁନା ଓ ରୂପା ଦରରେ ବଡ ହ୍ରାସ ଘଟିଛି । ୧୦ ଗ୍ରାମ୍ ସୁନାର ଦର ପୂର୍ବ ଦର ତୁଳନାରେ ୦.୬୧ ପ୍ରତିଶତ ହ୍ରାସ ପାଇଛି । ୧୦ ଗ୍ରାମ୍ ସୁନାର ମୂଳ୍ୟ ହ୍ରାସ ପାଇ ୧, ୩୮, ୨୩୦ ଟଙ୍କା ହୋଇଯାଇଛି । ସେହିପରି ରୂପା ମୂଲ୍ୟ ୧.୫୬ ପ୍ରତିଶତ ହ୍ରାସ ପାଇ ୨,୫୪.୭୭୬ (ପ୍ରତି କିଲୋଗ୍ରାମ) ଟଙ୍କା ହୋଇଛି । ଗତ ବର୍ଷ ସୁନା ଏବଂ ରୂପା ଦର ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ଆଜି ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ୍ ପିଛା ମୂଲ୍ୟ ୧୩,୯୬୩ ରହିଛି । ୨୨ କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ୍ ପିଛା ମୂଲ୍ୟ ୧୨,୮୦୦ ଟଙ୍କା ରହିଛି ଏବଂ ୧୮ କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ୍ ପିଛା ମୂଲ୍ୟ ୧୦,୪୭୬ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ୍ ପିଛା ମୂଲ୍ୟ ୧୩,୮୨୭ ରହିଛି । ୨୨ କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ୍ ପିଛା ମୂଲ୍ୟ ୧୨,୬୭୫ ଟଙ୍କା ରହିଛି ଏବଂ ୧୮ କ୍ୟାରେଟ୍ ସୁନା ପାଇଁ ପ୍ରତି ଗ୍ରାମ୍ ପିଛା ମୂଲ୍ୟ ୧୦,୩୭୧ ଟଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking