22.1 C
Bhubaneswar
Monday, January 12, 2026
Homeଓଡିଶାଚାକିରୀ ସ୍ଥାୟୀ କରାଇଦେବାକୁ କହି ଲୁଟିନେଲେ ଟଙ୍କା

ଚାକିରୀ ସ୍ଥାୟୀ କରାଇଦେବାକୁ କହି ଲୁଟିନେଲେ ଟଙ୍କା

ଭୁବନେଶ୍ୱର: ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ସ୍ଥାୟୀ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ । ୭ ଲକ୍ଷ ଟଙ୍କା ଠକେଇ ଥାନାରେ ହୋଇଛି ଅଭିଯୋଗ । ଏନେଇ ଭୁବନେଶ୍ୱର ମୈତ୍ରୀବିହାର ଥାନାରେ ଲିଖିତ ଅଭିଯୋଗ କଲେ ଯୁବକ । ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ଯୁବକ । ଚାକିରି ଅସ୍ଥାୟୀ କରିବାକୁ ୭ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ପରେ ପୋଲିସର ତନାଘନା ଆରମ୍ଭ କରିଛି । ଅନଲାଇନରେ ଟଙ୍କା ଠକେଇ ହୋଇଥିବା ନେଇ ପୋଲିସ ପାଇଛି ପ୍ରମାଣ । ଏନେଇ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଓଲଟା ଏତଲା ଦେଲେ ଚାକିରୀରୁ ବାହାର କରିଦେବା ନେଇ ଧମକ ଦେଲେ । ନ୍ୟାୟ ନପାଇଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ଏତଲାକାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking