22.1 C
Bhubaneswar
Monday, January 12, 2026
Homeଓଡିଶାଗାଡି ପଛରେ କୁକୁର କାହିଁକି ଦୌଡନ୍ତି ଜାଣନ୍ତୁ

ଗାଡି ପଛରେ କୁକୁର କାହିଁକି ଦୌଡନ୍ତି ଜାଣନ୍ତୁ

ଭୁବନେଶ୍ୱର: ଗାଁରେ ହେଉ କି ସହରରେ ଯେକୌଣସି ଗାଡିରେ ଯାଉଥିବାବେଳେ କୁକୁର ଗୋଡାଇବା ପରିସ୍ଥିତିକୁ ପ୍ରାୟ ସମସ୍ତେ ସାମ୍ନା କରିଥିବେ । ବିଶେଷ କରି ବିଳମ୍ବିତ ରାତିରେ ଫେରୁଥିବା ବେଳେ ଶୂନଶାନ ରାସ୍ତାରେ କୁକୁରମାନେ ଗାଡି ପଛରେ ଦୌଡିବା ସହ ବହୁ ଜୋରରେ ଭୋକିଥାନ୍ତି । ଏହା ଦୌରାତ୍ମ୍ୟ ଚାଳକଙ୍କ ଚିନ୍ତା ବଢାଇ ଦେଇଥାଏ । ବାଇକ୍ ବା କାର୍‌ଟିଏ ଦେଖିଲେ ଦଳବଳ ସହ କୁକୁରମାନେ ଗାଡି ପଛରେ ଦୌଡିଥାନ୍ତି । ଏପରି ପରିସ୍ଥିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ କୁକୁରମାନେ ଏଭଳି କାହିଁକି କରନ୍ତି । ଆସନ୍ତୁ ଜାଣିବା କୁକୁରମାନେ ଏପରି ବ୍ୟବହାର କରିବା ପଛର ସତ୍ୟତା । କୁକୁରଙ୍କ ଏପରି ବ୍ୟବହାର ପଛରେ ଥିବା ବୈଜ୍ଞାନିକ କାରଣ ଅନୁସାରେ, ବାଇକ୍ ବା କାର୍‌ର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର, ସେମାନେ ଗାଡିର ଟାୟାରରେ ଲାଗିଥିବା କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡିଥାନ୍ତି ଏବଂ ଖୁବ୍ ଜୋରରେ ଭୋକିବା ସହ ଗାଡି ପଛରେ ଦୌଡିବା ଆରମ୍ଭ କରିଦିଅନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking