ଭୁବନେଶ୍ୱର: ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଛି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି ଯେ ସାମ୍ପୁଲ୍ ସଂଗ୍ରହ କରାଯାଇଛି, ଖୋର୍ଦ୍ଧା ଜିଲ୍ଲା ଟିମ୍ ଆକ୍ଟିଭ ଅଛି। ପ୍ରାୟ ହେପାଟାଇଟିସ ଏ ବୋଲି ଜଣାପଡ଼ିଛି, ଇଣ୍ଡେକ୍ସ କେସ୍ ଅନୁମାନ। ଏହା ଜଳବାହିତ ଖାଦ୍ୟଜନିତ ରୋଗ, ପ୍ରକୃତ କାରଣ ଜଣାପଡ଼ିନି। ୫୦ ପିଲା ଆକ୍ରାନ୍ତ ହୋଇଛନ୍ତି, କିନ୍ତୁ କେହି ଗୁରୁତର ନାହାନ୍ତି। ଆମେ ଘଟଣା ଉପରେ ନଜର ରଖିଛୁ। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ବ୍ୟାପିବା ପରେ ୨୦୦ରୁ ଅଧିକ ପିଲାଙ୍କୁ ଅଭିଭାବକ ମାନେ ଘରକୁ ନେଇଯାଇଛନ୍ତି । ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇଛି । ସମସ୍ତ ନମୁନାକୁ ପରୀକ୍ଷା ପାଇଁ ଲାବୋରେଟରୀକୁ ପଠାଯାଇଥିବା ସୂଚନା ମିଳିଛି । ଏବେ ବି ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ସଂକ୍ରାମକ ଜଣ୍ଡିସ ରୋଗରେ ଆକ୍ରାନ୍ତ ଅଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ପାଇଁ ଅନୁରୋଧ କରିଛନ୍ତି । ଚଳିତ ଜାନୁଆରି ସୁଦ୍ଧା ଜଣ୍ଡିସ ରୋଗରେ ଆକ୍ରାନ୍ତ ସଂଖ୍ୟା ପ୍ରାୟ ୭୦ରୁ ଅଧିକ ବୋଲି ଜଣାପଡିଛି।









