14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଉତ୍ତରପ୍ରଦେଶରେ ଡ୍ରାଫ୍ଟ ତାଲିକା ପ୍ରକାଶିତ

ଉତ୍ତରପ୍ରଦେଶରେ ଡ୍ରାଫ୍ଟ ତାଲିକା ପ୍ରକାଶିତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର  ଭୋଟର ତାଲିକା ପାଇଁ ଏସଆଇଆର ପ୍ରକ୍ରିୟା ରେ  ରାଜ୍ୟର ଡ୍ରାଫ୍ଟ ଭୋଟର ତାଲିକା  ଆଜି ପ୍ରକାଶ ପାଇଛି । ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନ ଡ୍ରାଫ୍ଟ ତାଲିକା ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟାରେ  ଉତ୍ତରପ୍ରଦେଶର ୨୮.୯ ନିୟୁତ ଭୋଟରଙ୍କ ନାମ ବାଦ ଦିଆଯାଇଛି ।  ଯାହା ଫଳରେ ତାଲିକାରେ ୧୨୫.୫  ନିୟୁତ  ଭୋଟର ରହିଯାଇଛନ୍ତି ।  ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ,  ଯଦି  ଡ୍ରାଫ୍ଟ ତାଲିକାରୁ  କୌଣସି ଭୋଟରଙ୍କ ନାମ ହଜିଯାଏ  ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଡ୍ରାଫ୍ଟ ତାଲିକାରେ ଆପଣଙ୍କ ନାମ ଯାଞ୍ଚ କରି କମିଶନର ୱେବସାଇଟ ଦେଖି ସର୍ଚ୍ଚ କରନ୍ତୁ ।  ସେଠାରେ ଆପଣ ଆପଣଙ୍କର  ଏପିକ ନମ୍ବର , ନାମ ଏବଂ ବିଧାନସଭା ଏବଂ ଜିଲ୍ଲା ଠିକଣା ପ୍ରବେଶ କରି  ଆପଣଙ୍କର ନାମ ଯାଞ୍ଚ  କରିପାରିବେ। ଯଦି କୌଣସି ଭୋଟରଙ୍କ  ନାମ ଡ୍ରାଫ୍ଟ  ତାଲିକାରୁ  ବାଦ ପଡିଛି , ତେବେ ସେମାନେ ଫେବୃଆରୀ ୬ ତାରିଖ ଯାଏଁ  ସେମାନଙ୍କର ଦାବି କିମ୍ବା ଆପତ୍ତି ଦାଖଲ କରିପାରିବେ। ନୂତନ ଭୋଟର ଏବଂ ଯାହାଙ୍କ ନାମ  ବାଦ ଦିଆଯାଇଛି ସେମାନେ   ଫର୍ମ ୬ ଏବଂ  ଭୁଲ ନାମ ଥିବା ଲୋକଙ୍କ ପାଇଁ ୭ , ସଂଶୋଧନ ପାଇଁ ଫର୍ମ  ୮  ପୂରଣ କରିବାକୁ ପଡିବ । ନିଜର ଜନ୍ମ ପ୍ରମାଣ ପତ୍ର, ଠିକଣା , ପରିଚୟ ପ୍ରମାଣ ପତ୍ର  ଆବଶ୍ୟକ ।  ସ୍ଥାନୀୟ ବିଏଲଓଙ୍କ ସହିତ ଯୋଗେଯାଗ କରି ଯାହାର ନାମ ତାଲିକାରୁ ବାଦ ପଡିଛି ସେମାନେ ପେବୃଆରୀ ୬ ତାରିଖ ଯାଏଁ  ସେମାନଙ୍କର ଆପତ୍ତି  ଦାଖଲ କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking