ଭୁବନେଶ୍ୱର: ବିଜେପି ପାର୍ଟି ଅଫିସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରେସମିଟ । ପ୍ରେସମିଟରେ ଭିବି ଜି ରାମ ଜି ବିଲର ଉପକାରିତା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଭିବି ଜି ରାମ ଜି ବିଲର ଲକ୍ଷ୍ୟ ବିକଶିତ ଭାରତ । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ହେବ । ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି, ଆଉ କିଛି ନୁହେଁ । ପୂର୍ବରୁ ଲାଗୁ ହେଉଥିବା ଯୋଜନା ଗରିବଙ୍କ ପାଖରେ ପହଞ୍ଚୁ ନଥିଲା ।୨୦୦୯ରେ ଏହି ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡା ଯାଇଥିଲା । ୨୦୦୯ ପରଠାରୁ ଯୋଜନା ନାଁ ଏମଜିଏନଆରଇଜି ହୋଇଥିଲା । ମହାତ୍ମାଗାନ୍ଧୀଙ୍କ ନାଁ ଯୋଡିଲେ ସିନା କିନ୍ତୁ ସେପରି ସଫଳତା ମିଳିଲାନି । ସରକାର ଏହାକୁ ଗୁରୁତର ସହ ନେଇ ଭିବି ଜି ରାମ ଜି ଆଇନ ଆଣିଛନ୍ତି । ପୂର୍ବରୁ ଯେପରିକି ଠକିକି ଟଙ୍କା ଉଠା ଯାଉଥିଲା ତାହା ଆଉ ଚଳିବ ନାହିଁ । ନିଶ୍ଚିତ ରୋଜଗାର ଯେପରି ଲୋକଙ୍କ ପାଖରେ ପହଞ୍ଚିବ ତାହାକୁ ଗୁରୁତ୍ୱ ଦିଆଯାଉଛି ।










