22.1 C
Bhubaneswar
Monday, January 12, 2026
Homeଓଡିଶାସ୍କୁଟିକୁ ଧକ୍କା ଦେଲା ବସ୍‌: ୨ ମୃତ

ସ୍କୁଟିକୁ ଧକ୍କା ଦେଲା ବସ୍‌: ୨ ମୃତ

ପିପିଲି: ପିପିଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ସାମ୍ବାଦିକାଙ୍କ ସମେତ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ସାମ୍ବାଦିକାଙ୍କୁ ଶିଲା ପଟ୍ଟନାୟକ ବୋଲି ଚିହ୍ନଟ କରାଯାଇଛି, ଅନ୍ୟ ଜଣେ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସାମ୍ବାଦିକା ଜଣଙ୍କ ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟ କରୁଥିଲେ । ପୁରୀ ଜିଲ୍ଲାର ପିପିଲି ବ୍ଲକ ସ୍ଥିତ ମଙ୍ଗଳପୁର ଗ୍ରାମରେ ଏହି ଦୁର୍ଘଟଣାଟି ଘଟିଛି । ସୂଚନା ଅନୁସାରେ, ମଙ୍ଗଳପୁର ଛକ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା ବସ୍ । ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ହିଁ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିଲେ । ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲ।। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking