14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା । ଗ୍ରୋସରୀ ଦୋକାନୀ ମୋନି ଚକ୍ରବର୍ତ୍ତୀଙ୍କୁ ହାଣିଦେଲେ ହିଂସାକାରୀ । ୨୪ ଘଣ୍ଟାରେ ଦୁଇ ହିନ୍ଦୁଙ୍କୁ ହତ୍ୟା କଲେଣି ଦଙ୍ଗାକାରୀ । ୧୮ ଦିନରେ ଗଲାଣି ୬ ହିନ୍ଦୁଙ୍କ ଜୀବନ । ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି ଦଙ୍ଗାକାରୀ । ବାଂଲାଦେଶର ଜଣେ ତେଜରାତି ଦୋକାନ ମାଲିକ ମୋନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି । ସୋମାବାର ରାତି ପ୍ରାୟ ୧୦ଟାରେ ନରସିଙ୍ଗଡି ଜିଲ୍ଲାରେ ମୋନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରଣଣ କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୋନିଙ୍କୁ ହତ୍ୟା କରାଯିବାର କିଛି ଘଣ୍ଟା ପୂର୍ବରୁ ଯଶୋର ଜିଲ୍ଲାରେ ଜଣେ ୪୫ ବର୍ଷୀୟ କାରଖାନା ମାଲିକ ରାଣା ପ୍ରତାପଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସୂଚନାଥାଉକି, ଶନିବାର ଦିନ ଝିନାଇଦା ଜିଲ୍ଲାରେ ଜଣେ ହିନ୍ଦୁ ମହିଳାଙ୍କ ସହ ଦୁଇଜଣ ପୁରୁଷ ଦୁଷ୍କର୍ମ କରିଥିଲେ । ସେମାନେ ତାଙ୍କ ଠାରୁ ଟଙ୍କା ମଧ୍ୟ ଦାବି କରିଥିଲେ । ଯେତେବେଳେ ସେ ଚିତ୍କାର କଲେ, ସେମାନେ ତାଙ୍କୁ ଏକ ଗଛରେ ବାନ୍ଧି ତାଙ୍କ କେଶ କାଟି ଦେଇଥିଲେ । ଏବି ବର୍ବର କାର୍ଯ୍ୟକୁ ରେକର୍ଡିଂ କରାଯାଇ ସୋସିଆଲ ମିଡିଆରେ ଏହାର ଭିଡିଓ ପ୍ରସାରିତ କରିଥିଲେ । ମହିଳା ଜଣଙ୍କ ଚେତାଶୂନ୍ୟ ହୋଇ ପଡିରହିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ତାଙ୍କୁ ବଞ୍ଚିପାରିଲେ ନାହିଁ । ସେହିପରି ଜାନୁଆରୀ ୩ ତାରିଖରେ ୫୦ ବର୍ଷୀୟ ଖୋକନ ଚନ୍ଦ୍ର ଦାସଙ୍କୁ ନିର୍ମ ଆକ୍ରମଣ ପରେ ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା । ଏହା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking