25.1 C
Bhubaneswar
Monday, January 12, 2026
Homeଓଡିଶାଭୂତକୋଠି ପାଲଟିଲାଣି ସରକାରୀ କ୍ୱାର୍ଟର୍ସ

ଭୂତକୋଠି ପାଲଟିଲାଣି ସରକାରୀ କ୍ୱାର୍ଟର୍ସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସଦର ମହକୁମାରେ ରହୁନାହାନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ। ଗ୍ରାମ୍ୟ ଉନ୍ନୟନ ବିଭାଗ-୧ର ଅଧିକ୍ଷଣ ଯନ୍ତ୍ରୀଙ୍କ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ସହରର ଶିଶୁ ମନ୍ଦିର ନିକଟରେ ଏକ ସରକାରୀ କ୍ୱାର୍ଟର୍ସର ବ୍ୟବସ୍ଥା କରାଯାଇଛି। ଏହି କ୍ୱାର୍ଟର୍ସରେ ଅଧିକାରୀ ରହିବା ପାଇଁ ସମସ୍ତ ସୁବିଧା ସୁଯୋଗ ଥିଲେ ମଧ୍ୟ ଅଧିକ୍ଷଣ ଯନ୍ତ୍ରୀ ଏହି କ୍ୱାର୍ଟର୍ସରେ ରହୁନାହାଁନ୍ତି ଫଳରେ କ୍ୱାର୍ଟର୍ସଟି ଭୂତକୋଠି ପାଲଟିଲାଣି। ଅଧିକ୍ଷଣ ଯନ୍ତ୍ରୀ ଦୈନିକ କେନ୍ଦ୍ରାପଡାରୁ ଭୁବନେଶ୍ୱର ପ୍ରାୟ ୮୦ କିମି ଯିବା ଆସିବା କରୁଛନ୍ତି।ଏହି ଯିବା ଆସିବରେ ଦୈନିକ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଛି। ତାଙ୍କୁ ଯେଉଁ ଗାଡି ବ୍ୟବହାର ନିମନ୍ତେ ବିଭାଗ ତରଫରୁ ଦିଆଯାଇଛି। ଯନ୍ତ୍ରୀ ମହୋଦୟ ଗାଡିକୁ ଅପବ୍ୟବହାର କରି ସାଧାରଣ ଲୋକଙ୍କ ଟିକସ ପଇସାକୁ ବରବାଦ କରୁଛନ୍ତି। ସଦର ମହକୁମାରେ ନ ରହିବା ଫଳରେ ସେ ବିଭିନ୍ନ ଅଞ୍ଚଳରେ ହେଉଥିବା ବିଭାଗ ପକ୍ଷରୁ ନିର୍ମାଣ ରାସ୍ତା ଗୁଡିକ ଉପରେ ନଜର ଦେବା ପାଇଁ ସମୟ ପାଉନାହାଁନ୍ତି। ଫଳରେ ଠିକାଦାର ସ୍ଥାନୀୟ ଅଞ୍ଚଳର ଯନ୍ତ୍ରୀମାନଙ୍କୁ ଧରି ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ହରିଲୁଟ୍ କରୁଛନ୍ତି। ଏହା ସାଧାରଣ ଲୋକ କହୁନାହାଁନ୍ତି, ପ୍ରତିଦିନ ଗଣମାଧ୍ୟମରେ ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗରେ ହେଉଥିବା ରାସ୍ତା କାମରେ କେଉଁଠି ଫଡା ଫଡା ପିଚୁ ଉଠିଗଲାଣି ତ କେଉଁଠି ନିମ୍ନମାନର କାମ ଯୋଗୁଁ ରାସ୍ତା ଦବିଗଲାଣି।

ରାଜନଗର ଠାରୁ ଆରମ୍ଭ କରି ମହାକାଳପଡା, ଡେରାବିଶ୍‌, କେନ୍ଦ୍ରାପଡା, ଗରଦପୁର, ମାର୍ଶାଘାଇ ଆଦି ବିଭାଗ ଅଧିନରେ ହେଉଥିବା କାମଗୁଡିକ ଅତି ନିମ୍ନମାନର ହେଉଛି। ସ୍ଥାନୀୟ ଜଣେ ବ୍ୟକ୍ତି ଏହି କ୍ୱାର୍ଟର୍ର୍ସର ପୋର୍ଟିକୋରେ ନିଜର କାର ପାର୍କିଂ କରୁଛନ୍ତି। ଯନ୍ତ୍ରୀମାନେ ଜିଲା ମୁଖ୍ୟାଳୟରେ ରହିଲେ ଉନ୍ନୟନମୂଳକ କାର୍ଯ୍ୟର ସଠିକ ସମୀକ୍ଷା କରିପାରିବେ। ହେଲେ ସେମାନେ ଜିଲା ବାହାରେ ରହିଲେ ସେଥିରେ ଅନ୍ତରାୟ ସୃଷ୍ଟି ହେଉଛି। ଯେତିକି ସମୟ ସେମାନେ କ୍ଷେତ୍ର ପରିଦର୍ଶନ କରିବା କଥା ତାହା କରିପାରୁନାହାଁନ୍ତି। ଫଳରେ ନିମ୍ନମାନର କାର୍ଯ୍ୟ ହେଉଛି। କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନିଜର ପିଲାମାନଙ୍କୁ ଭଲ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ସେ ଭୁବନେଶ୍ୱରରେ ଅବସ୍ଥାପିତ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ଏଣୁ ଅଧିକ୍ଷଣଯନ୍ତ୍ରୀମାନେ ଏଠାରେ ନ ରହି ଭୁବନେଶ୍ୱରରେ ରହୁଛନ୍ତି । ସପ୍ତାହକୁ ଦିନେ ଦୁଇ ଦିନ କେନ୍ଦ୍ରାପଡ଼ା ଆସୁଛନ୍ତି । ଏଠାରେ ୨ରୁ ୪ ଘଣ୍ଟ।। ରହି ପୁଣି ଫେରି ଯାଉଛନ୍ତି । ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ବିଭାଗ-୨ରେ ମଧ୍ୟ ସବୁବେଳେ ତାଲା ଝୁଲି ରହୁଛି। ଏହାଦ୍ୱାରା କେନ୍ଦ୍ରାପଡ଼ାରେ ଉନ୍ନୟନମୂଳକ କାର୍ଯ୍ୟରମାନ ସଠିକ ଢଙ୍ଗରେ ହେଉନାହିଁ । ଯେଉଁ ରାସ୍ତା ୫ ବର୍ଷ ପାଇଁ ନିର୍ମାଣ କରାଯାଉଛି ସେ ରାସ୍ତା ୫ ମାସରେ ଖରାପ ହୋଇ ଯାଉଛି । କାରଣ ଯନ୍ତ୍ରୀମାନେ ରାସ୍ତାର ମାନ ପରଖୁବା ପାଇଁ ସମୟ ଯାଉନଥିବାବେଳେ ଠିକାଦାର ମନଇଚ୍ଛା କାମ କରୁଛନ୍ତି ।

କେନ୍ଦ୍ରାପଡ଼ାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ୧୨ କିମି ରାସ୍ତା ନିମନ୍ତେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିଲା। ତାହା ଏବେ ଯିବା ଆସିବା ଯୋଗ୍ୟ ରାସ୍ତା ହୋଇରହିନାହିଁ। ପୁଣି ମରାମତି ପାଇଁ ବିଲ୍ ହେଲା। ଏବେ ସେ ରାହୁ ର ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ମାତ୍ର ଠିକାଦାର ମରାମତି କରୁନାହାଁନ୍ତି। ସେହିପରି ଜିଲାର ବିଭିନ୍ନ ସ୍ଥାନରେ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ଏନେଇ ବହୁବାର ଅଭିଯୋଗ ସତେ୍‌ତ୍ୱ ବିଭାଗୀୟ ଯନ୍ତ୍ରୀମାନେ ଏଥବପ୍ରତି ଧ୍ୟାନ ଦେଉନାହାଁନ୍ତି। ଫଳରେ ସରକାରୀ ଅର୍ଥ ଅପଚୟ ହେଉଛି ବୋଲି ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି। ନିକଟରେ ପଥରକଣୀ ଠାରୁ ଘିଗିଡିଆ ରାସ୍ତା ନିର୍ମାଣରେ ଅନିୟମିତତା ହେଉଥିବା ଲୋକେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଏହାକୁ ତଦନ୍ତ କରାଇ ରାସ୍ତାରେ ଅନିୟମତତା ଓ ନିମ୍ନମାନର କାର୍ଯ୍ୟ ହୋଇଥିବା ଜାଣିବାକୁ ପାଇ ରାସ୍ତା କାମ ବନ୍ଦ ପାଇ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆୟବା-ନରେନ୍ଦ୍ରପୁର ଆର.ଡି ରାସ୍ତା, ରାଜନଗର ବ୍ଲକର ଗୁପ୍ତିରା-ସାତଭାୟା ରାସ୍ତା, କେନ୍ଦ୍ରାପଡା ବ୍ଲକର ଆଳିଜଙ୍ଗା-ନିଳିକଣା ରାସ୍ତା, ଡେରାବିଶ ବ୍ଲକର ଗୋଲରାହାଟ-ଅଳାବାଙ୍କ ରାସ୍ତା ଆଦି କାର୍ଯ୍ୟ ସହିତ ଅନେକ ରାସ୍ତା କାମରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆସୁଅଛି। ଏଗୁଡିକ ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ତେଣୁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ କେନ୍ଦ୍ରାପଡା ସଦର ମହକୁମାରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ ରାସ୍ତାକାମରେ ହେଉଥିବା ଅନିୟମିତତାକୁ ରୋକାଯାଇପାରିବ ବୋଲି ସାଧାରଣରେ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking