18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଜେଡି ଭେନ୍ସଙ୍କ ଘର ଉପରେ ଆକ୍ରମଣ

ଜେଡି ଭେନ୍ସଙ୍କ ଘର ଉପରେ ଆକ୍ରମଣ

ୱାଶିଂଟନ: ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ଘର ଉପରେ ଆକ୍ରମଣ। ସିନସିନ୍ନାଟି ସ୍ଥିତ ଘର ଉପରେ ଆକ୍ରମଣ ହୋଇଛି। ଭାନ୍ସଙ୍କ ଘରର ଝରକା କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣ ବେଳେ ଘରେ ଭାନ୍ସ ଅନୁପସ୍ଥିତ ଥିଲେ। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଘର ଉପରେ ଆକ୍ରମଣ ହୋଇଛି। ସୁରକ୍ଷା ବାହିନୀ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଆକ୍ରମଣର ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଭାନ୍ସଙ୍କ ଘରର ଭଙ୍ଗା ଝରକା ଦେଖାଯାଉଛି। ଆକ୍ରମଣ ପରେ, ଆମେରିକାର ଗୁପ୍ତ ସେବା ଏଜେଣ୍ଟମାନେ ତାଙ୍କ ପୂର୍ବ ୱାଲନଟ୍ ହିଲ୍ସ ବାସଭବନରେ ପହଞ୍ଚି ଜଣେ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛନ୍ତିକିନ୍ତୁ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ ହୋଇଛି କି ନାହିଁ ତାହା ଅଧିକାରୀମାନେ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking