ଭୁବନେଶ୍ୱର: ଜିଦରେ ଅଟଳ ଡାକ୍ତରୀ ସଂଘ । ତେଜିଲା ଓମସା ଆନ୍ଦୋଳନ । ଆଉ ଘଣ୍ଟାଏ ନୁହେଁ, ଆଜିଠୁ ଦୁଇ ଘଣ୍ଟା ଓପିଡି ବନ୍ଦ । ସକାଳ ୯ଟାରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ଓପିଡି ସେବା ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଏହି ଦୁଇ ଓପିଡିରେ ଡାକ୍ତର ରୋଗୀ ଦେଖିବେ ନାହିଁ । ୧୪ ତାରିଖ ସୁଦ୍ଧା ସରକାର ଦାବି ଉପରେ କୌଣସି ପଦକ୍ଷେପ ନନେଲେ ପରବର୍ତ୍ତୀ ସମୟରେ ଉଭୟ ସକାଳେ ଏବଂ ଅପରାହ୍ନରେ ଦୁଇ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବାକୁ ଚେତାବନୀ ଦେଇଛି ଓମସା । ତେବେ ଏ ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । ସେପଟେ ରାଜ୍ୟ ସରକାର ଡାକ୍ତରଙ୍କ ଦାବିର ତର୍ଜମା ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ କରିଛି । ଶୀଘ୍ର କମିଟି ବୈଠକ ବସି ଏନେଇ ଆଲୋଚନା କରିବା ପରେ ରିପୋର୍ଟ ଦେବ । ୧୦ ଦଫା ଦାବି ନେଇ ଓମସା ପକ୍ଷରୁ ଗତ ଡିସେମ୍ବର ୨୬ ତାରିଖରୁ ଧଣ୍ଟିକିଆ ଓପିଡି ବନ୍ଦ ଡାକରା ଦିଆଯାଇଥିଲା ।ଏବଂ ଏବେ ଦୁଇ ଘଣ୍ଟାକୁ ବଢାଯାଇଛି ।










