18.1 C
Bhubaneswar
Wednesday, February 4, 2026
Homeଓଡିଶାଜଳିଗଲା ଘର: ୧୦୦ ଛେଳି ଜୀବନ୍ତ ଦଗ୍ଧ

ଜଳିଗଲା ଘର: ୧୦୦ ଛେଳି ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ଛତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୨୦ ବଖରାରୁ ଅଧିକ ଘର । ୨୦ଟି ଗୋରୁ ସହିତ ଶତାଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଏପରିକି ଘରେ ଗଚ୍ଛିତ ଥିବା କୁଇଣ୍ଟାଲ କୁଇଣ୍ଟାଲ ଧାନ ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଗାଁ ନିକଟରେ ଜଳ ସମସ୍ୟା ଥିବାରୁ ନିଆଁ ଲିଭାଇବାକୁ ନାକେଦମ ହୋଇଥିଲେ ଗ୍ରାମବାସୀ । ଫଳରେ ଚାହୁଁଚାହୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଗ୍ରାମବାସୀମାନେ ତୁରନ୍ତ ବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନିଶମବାହିନୀ ପହଁଚିବା ବେଳକୁ ନିଆଁରେ ସବୁକିଛି ଜଳି ନଷ୍ଟ ହୋଇସାରିଥିଲା । ଘଟଣାସ୍ଥଳରୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇଥିଲେ ମଧ୍ୟ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking