ଯାଜପୁର: ସମଗ୍ର ଯାଜପୁର ଜିଲ୍ଲା ଧଳା ଜହର ବେପାରୀମାନଙ୍କ ଭୁସ୍ୱର୍ଗ ପାଲିଟିଛି। ଗାଁରୁ ସହର ଯାଏ ଏହି ବେପାର ଚାଲିଛିl ଅବକାରୀ ବିଭାଗ ଓ ପୋଲିସ ଧଳା ବେପାରୀମାନଙ୍କୁ ଧରୁ ଥିଲେ ମଧ୍ୟ ଏହି କାରବାର ଥମିବାର ନାଁ ନେଉନାହିଁ l ଏହି କାରବାର କ୍ରମାଗତ ଭାବେ ବୃଦ୍ଧି ପାଉଛି l ପାନ ଦୋକାନ ମାନେ ସିଗାରେଟରେ ଧଳା ଜହରଭର୍ତି କରି ବିକ୍ରି କରୁଥିବାର ଦେଖାଯାଉଛି l ଯୁବପିଢ଼ିମାନେ ଏହାକୁ ସେବନ କରି ପଥ ଭ୍ରଷ୍ଟ ହେବା ସଂଗେ ସଂଗେ ରୋଗରେ ପୀଡିତ ହୋଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି l ଯାଜପୁର ରୋଡ କଳିଙ୍ଗ ନଗର ଚଣ୍ଡିଖୋଲ ଜାରକା ଓ ଛତିଆ ଅଞ୍ଚଳରେ ଏହି ଧଳା ଜହର ବହୁଳ ଭାବରେ ବିକ୍ରି ହେଉଛି l ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ସହରର ବଲ୍ଲଭୀଘାଟ ନିକଟରୁ ଧଳା ଜହର ସହ ୩ ଜଣଙ୍କୁ କାବୁ କରାଯାଇଛି। ପେଟ୍ରୋଲିଂ ସମୟରେ ଯୁବକ ୩ ଜଣ ଦୌଡ଼ି ପଳାଉ ଥିବା ବେଳେ ଟିମ ଗୋଡ଼ାଇ ଧରିଥିଲେ। ସେମାନଙ୍କ ପାଖରୁ ୫୨ ଗ୍ରାମ ଧଳା ଜହର ଜବତ କରାଯିବା ସହ ସେମାନେ ବ୍ୟବହାର କରୁଥିବା ବାଇକ ବି ଜବତ କରାଯାଇଛି। ଧଳା ଜହରର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ରହିଛି। ଯାଜପୁର ସହରରେ ଏପରି ଯୁବ ପିଢ଼ି ଧଳା ଜହର ମାୟାରେ ପଡି ପଥଭ୍ରାଷ୍ଟ ହଉଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ଟାଉନ ଥାନା ଯାଜପୁର ଅଞ୍ଚଳର ହୋଇଥିବା ବେଳେ ଜଣେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି।










