ପୁରୀ: ଶ୍ରୀମନ୍ଦିର ସାତ ପାହାଚ ତଳେ ପ୍ରୋଟୋକଲ୍ ବ୍ୟବସ୍ଥାକୁ ନେଇ ବିବଦୀୟ ସ୍ଥିତି । ସାତ ପାହାଚ ତଳେ ଗୋଟିଏ ଧାଡି ବ୍ୟବସ୍ଥାକୁ ନେଇ ବଚସାରେ ବିବାଦ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ସ୍ୱତନ୍ତ୍ର ବଳ କାହାକୁ ନ ଜଣାଇ ଧାଡି ବ୍ୟବସ୍ଥା କରିଥିବାରୁ ବିବାଦ ସୃଷ୍ଟି ହୋଇଛି । ସେବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି । ସାତ ପାହାଚ ବାଟେ ଧାଡି ଦର୍ଶନକୁ ବନ୍ଦ କଲେ ସେବକ ।










