20.1 C
Bhubaneswar
Sunday, February 8, 2026
Homeଓଡିଶାପୁରୀକୁ ଷଷ୍ଠ ମହାନଗର ନିଗମ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କୃଷ୍ଣ ଚନ୍ଦ୍ର ମହାପାତ୍ର

ପୁରୀକୁ ଷଷ୍ଠ ମହାନଗର ନିଗମ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କୃଷ୍ଣ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ଓଡ଼ିଶାର ସହରଗୁଡିକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ୩୧ ଡିସେମ୍ବର ୨୦୨୫ରେ ନୂଆ ୪ଟି ଏନ୍‌ଏସିକୁ ମିଶାଇ ସମୁଦାୟ ୨୮ଟି ଏନ୍‌ଏସି ମାନ୍ୟତା ପାଇଛି । ଏହି ସବୁ ଏନ୍‌ଏସିରେ ନୂତନ କାର୍ଯ୍ୟାଳୟ ସ୍ଥାପନ ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯୋଜନା କରାଯାଉଛି । ଏଥି ପାଇଁ ୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥି ସହ ପ୍ରତି ଏନ୍‌ଏସିକୁ ପରିମଳ, ଆଲୋକୀକରଣ ଏବଂ ସଫେଇ କାର୍ଯ୍ୟ ପାଇଁ ଦେଢ଼କୋଟି ଟଙ୍କା ଲେଖାଏଁ ଅର୍ଥରାଶି ମଞ୍ଜୁର କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ।ଆଜି ଖାରବେଳ ଭବନ ଠାରେ ମନ୍ତ୍ରୀ ଡା. ମହାପାତ୍ର ସାମ୍ବାଦିକମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୌଦ୍ଧଗଡ, ଆସ୍କା, ଭଞ୍ଜନଗର, ଛତ୍ରପୁର, କବିସୂର୍ଯ୍ୟନଗର, ପୋଲସରା ଓ କରଞ୍ଜିଆ ଆଦି ୭ଟି ଅଞ୍ଚଳକୁ ନୂତନ ପୌରପାଳିକା ଭାବେ ଘୋଷଣା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମରେ ୨୬ ଟି ଏବଂ ବ୍ରହ୍ମପୁର ମହାନଗର ନିଗମରେ ୩୪ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯିବାର ପ୍ରସ୍ତାବ ରହିଛି । ଭୁବନେଶ୍ୱର ସହରକୁ ସବୁଜସୁନ୍ଦର ଓ ନାଗରିକକୈନ୍ଦ୍ରିକ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏଥିପାଇଁ ପରିମଳ, ଆଲୋକୀକରଣ, ଜଳଯୋଗାଣ, ସଫେଇ କାର୍ଯ୍ୟ ଆଦି ପାଇଁ ପଦକ୍ଷେପ ନିଆଯାଉଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳବାସୀଙ୍କର ଏହା ଦୀର୍ଘ ଦିନରୁ ଦାବି ଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ମନ୍ତ୍ରୀ ଡ. ମହାପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏଥି ସହ ମୁଖ୍ୟମନ୍ତ୍ରୀ ପୁରୀକୁ ଷଷ୍ଠ ମହାନଗର ନିଗମ ଭାବେ ଘୋଷଣା କରିଛନ୍ତି । ଏହା ଦ୍ୱାରା ପୁରୀ ସହରର ଭିତ୍ତିଭୂମି ବିକାଶ ପାଇଁ ଅଧିକ ପାଣ୍ଠି ମିଳିବ ଏବଂ ପରିମଳ ଓ ଅନ୍ୟାନ୍ୟ ସେବାରେ ଉନ୍ନତି ଆସିବ । ପୁରୀର ଟାଉନ୍‌ ପ୍ଲାନିଂ ସ୍କିମକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବର୍ଜ୍ୟମୁକ୍ତ ସହର ଲକ୍ଷ୍ୟ ପାଇଁ ବର୍ଜ୍ୟରୁ ଜୈବିକ ଖତ ଓ ପୁନଃନବୀକରଣ ପଦାର୍ଥ ପ୍ରସ୍ତୁତ ଉପରେ ସରକାର ଧ୍ୟାନ ଦେଉଛନ୍ତି । ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱ ଦେବା ସହ ସ୍କୁଲ, ହସ୍ପିଟାଲ, ବଜାର ଏବଂ ସହରର ଜନବହୁଳ ଅଞ୍ଚଳରେ ନିୟମିତ ଭାବେ ସ୍ୱଚ୍ଛତା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯିବ । ପୁରୀ, କଟକ ଓ ପାରାଦ୍ୱୀପକୁ ବୃହତ ଅର୍ଥନୈତିକ ଅଞ୍ଚଳରେ ପରିଣତ କରିବାକୁ ପରିକଳ୍ପନା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking