ଯାଜପୁର: ଯାଜପୁର ଓ କଟକ ଜିଲାରେ ଆତଙ୍କ ଖେଳାଇଥିବା ଏକ ଆନ୍ତଃ ଜିଲା ଲୁଟେରା ଗ୍ୟାଙ୍ଗକୁ ଯାଜପୁରରୋଡ଼ ପୋଲିସ କାବୁକରିବା ସହ ସେମାନଙ୍କ ଠାରୁ ବୋହୁ ଚୋରୀ ଅଳଙ୍କାର ଉଦ୍ଧାର କରିଛି | ଏହି ଲୁଟେରା ମାନେ ହେଲେ ଯାଜପୁରରୋଡ଼ ଥାନା ସାପଗାଡ଼ିଆ ଅଞ୍ଚଳର କୁଖ୍ୟାତ ଅପରାଧି ସୁରେଶ ପାତ୍ର ଆଲିଆସ ପପି (୩୫), ସୁକିନ୍ଦା ଥାନା ଅନ୍ତର୍ଗତ ବିରିଗଡ଼ିଆ ଗ୍ରାମର ରାମ ହେମ୍ବ୍ରମ (୩୮) ଓ ଯାଜପୁର ସଦର ଥାନା ସାନକୁଜଳା ଗ୍ରାମର ନାଜିମ ଖାଁ (୨୩) ବୋଲି ପୋଲିସ ଠାରୁ ପ୍ରକାଶ | ସୁରେଶ ପାତ୍ର ଆଲିଆସ ପପି ଓ ରାମ ହେମ୍ବ୍ରମ ଠାରୁ,ଏକ ହଳ ସୁନା ଚୁଡ଼ି ପାତିଆ, ୧0ହଳ ରୁପା ଗୋଡ଼ ମୁଦି, ୨ ହଳ ରୁପା ପାଉଁଜି ଓ ଏକ ରୂପାର ମୟୁର ଜବତ ହୋଇଥିବା ବେଳେ ଟାଙ୍ଗି ଅଞ୍ଚଳରେ ଆତଙ୍କ ଖେଳାଇଥିବା ନାଜିମ ଖାଁ ନିକଟରୁ ଗୋଟିଏ ସୁନା ଚେନ, ୩ ଟୁକୁଡା ସୁନା ଚେନ, ୪ଟି ଆଣ୍ଡ୍ରଏଡ଼ ମୋବାଇଲ ଫୋନ ଓ ଏକ ପଲସର ବାଇକକୁ ପୋଲିସ ଜବତ କରିଛି | ଏହି ଗ୍ୟାଙ୍ଗ ନାମରେ ଯାଜପୁରରୋଡ଼, କୋରେଇ, କଳିଙ୍ଗନଗର, ଯାଜପୁର ସଦର, ଯଖପୁରା, ବ୍ରହ୍ମବରଦା ଓ ଟାଙ୍ଗି ଥାନା ରେ ସମୁଦାୟ ୩୮ ଟି ମାମଲା ରହିଥିବା ବେଳେ ସୁରେଶ ପାତ୍ର (ପପି ) ନାମରେ ଯାଜପୁରରୋଡ଼ ଥାନାରେ ସର୍ବାଧିକ ୨୮ ଟି ବିଭିନ୍ନ ଚୋରି ମାମଲା ରହିଛି | ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସ୍ଥାନରେ ଚୋରି କରିବା ସହ ରାସ୍ତାରେ ମହିଳାଙ୍କ ଠାରୁ ସୁନାଚେନ ଲୁଟ କରୁଥିଲେ | ସୂଚନା ମୁତାବକ ଗତ ଡିସେମ୍ବର ୨୮ ତାରିଖରେ ବ୍ୟାସନଗର ସହର ଷ୍ଟାଡିୟମ ରୋଡ଼ ବ୍ୟାସନଗର ପବ୍ଲିକ ସ୍କୁଲ ନିକଟରେ ରହିଥିବା ସୁମିତ୍ରା ଦାସ ଘରେ ନଥିବା ଅବସ୍ଥାରେ ତାଙ୍କ ଘରୁ ଚୋରି ହୋଇଥବା ବେଳେ ୨୯ ତାରିଖରେ ବ୍ୟାସନଗର କଲେଜ ନିକଟରେ ରହୁଥିବା ତନ୍ମୟ କୁମାର ପୃଷ୍ଟିଙ୍କ ଘରେ କେହି ନଥିବା ଅବସ୍ଥାରେ କବାଟ ଭାଙ୍ଗି ଘରେ ପସି ଆଲମିରା ଭାଙ୍ଗି ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ନେଇ ଯାଜପୁରରୋଡ଼ ଥାନାରେ ଅଭିଯୋଗ ହୋଇଥିଲା | ଅନ୍ୟ ଏକ ଘଟଣାରେ ଗତ ନଭେମ୍ବର ମାସ ୨୮ ତାରିଖରେ ଛୋଟରାୟପୁର ଗ୍ରାମର ଦାମୋଦର ପାଢ଼ୀ ସସ୍ତ୍ରୀକ ଯାଜପୁରରୋଡ଼ରୁ ନିଜ ଗ୍ରାମକୁ ବାଇକରେ ଯାଉଥିବା ସମୟରେ ଅପରାହ୍ନ ରେ ଇନ୍ଦିରାଗାନ୍ଧୀ କଲେଜ ଛକ ନିକଟରେ ଦୁଇଜଣ ଦୁର୍ବୁତ୍ତ ଏକ କଳା ପଲସର ବାଇକରେ ଆସି ତାଙ୍କ ସ୍ତ୍ରୀଙ୍କ ବେକରୁ ସୁନାଚେନ ଝାମ୍ପି ନେଇ ଦ୍ରୁତଗତିରେ ପଳାଇଯାଇଥିଲେ | ଏନେଇ ଯାଜପୁରରୋଡ଼ ଥାନାରେ ପୂର୍ଥକ ୨ଟି ମାମଲା ରୁଜୁ ହୋଇଥିଲା | ଯାହା ପୋଲିସପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା | ଯାଜପୁର ଏସପିଙ୍କ ନିର୍ଦ୍ଧେଶ କ୍ରମେ ଯାଜପୁରରୋଡ଼ ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସିସି ଟିଭି ଫୁଟେଜ ଓ ବିଭିନ୍ନ ଦିଗକୁ ଆଧାରକାରୀ ପୋଲସ ଏହି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଥିଲା | ଥାନା କେଶ ନଂ ୭0୧/୨୫ ଓ ୧/୨୬ ରେ ୨ଟି ମାମଲା ରୁକଜୁକରି ତିନିଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିଲେ | ଏନେଇ ଶୁକ୍ରବାର ଅପରାହ୍ନରେ ଯାଜପୁରରୋଡ଼ ଏସ୍ଡ଼ିପିଓ ଲକ୍ଷ୍ମୀଧର ସ୍ୱାଇଁ ଏକ ଖବରଦତା ସମ୍ମିଳନୀରେ ଘଟଣାର ପର୍ଦାଫାଶ କରିଥିଲେ | ଏହି ଖବରଦାତା ସମ୍ମିଳନୀରେ ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଆଶିଷ ସାହୁ ଉପସ୍ଥିତ ଥିଲେ |










