22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶଭେନେଜୁଏଲା ରାଷ୍ଟ୍ରପତି ଅଟକ

ଭେନେଜୁଏଲା ରାଷ୍ଟ୍ରପତି ଅଟକ

ନୂଆଦିଲ୍ଲୀ: ଭେନେଜୁଏଲା ଉପରେ ଆମେରିକାର ବଡ ଏୟାରଷ୍ଟ୍ରାଇକ । ଏୟାରଷ୍ଟ୍ରାଇକ ପରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦିରଙ୍କ ସହ ତାଙ୍କ ପତ୍ନୀ ଦେଶ ଛାଡି ଚାଲି ଯାଇଥିବା ସୂଚନା ମିଳିଛି । ଏୟାରଷ୍ଟ୍ରାଇକ ପରେ ରାଜଧାନୀ କାରାକୋସ ରେ ଏମର୍ଜେନ୍ସୀ ଘୋଷଣା କରିଥିଲେ ଭେନେଜୁଏଲା । କାରାକୋସର ୭ଟି ସ୍ଥାନରେ ଆମେରିକା ମିସାଇଲ ମାଡ କରିଥିବା ସୂଚନା ମିଳିଛି । ରାଜଧାନୀ କାରାକସ ଉପରେ ଏୟାରଷ୍ଟ୍ରାଇକ ପରେ ପରେ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଅଟକ ରଖାଯାଇଛି । ଡ୍ରଗ୍ସ ଚାଲାଣକୁ ନେଇ ଭେନେଜୁଏଲା ଉପରେ କ୍ଷୁବ୍ଧ ହୋଇଥିଲେ ଟ୍ରମ୍ପ । ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗାଦିଚ୍ୟୁତ କରିବାକୁ ଚାହୁଁଥିଲେ ଟ୍ରମ୍ପ । ତେବେ ମିସାଇଲ ଆକ୍ରମଣର କ୍ଷୟକ୍ଷତି ନେଇ କୌଣସି ସଠିକ ସୂଚନା ମିଳି ନାହଁ । ପୂର୍ବରୁ ଭେନେଜୁଏଲା ଉପରେ କାର୍ଯ୍ୟାର୍ନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପଟେ ମିସାଇଲ ଆକ୍ରମଣ ନେଇ ପେଣ୍ଟାଗନ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking