ଭୁବନେଶ୍ୱର: ଜାନକୀ ବାବୁ ୬୦ ବର୍ଷ ଧରି ଓଡିଶାର ଜନଜୀବନ ସହ ଜଡିତ ଥିଲେ । ତାଙ୍କ ଜୀବନ ସାହିତ୍ୟ, ସଂସ୍କୃତି ଓ ରାଜନୀତିର ତ୍ରିବେଣୀ ସଂଗମ ଥିଲା । ଦୀର୍ଘ ୧୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା କରିଛନ୍ତି । କୃଷି, ଜଳସେଚନ, ଆଇଟି କ୍ଷେତ୍ରରେ ଅନେକ କାମ କରିଛନ୍ତି । ତାଙ୍କର ବଡ ଆସେଟ ଥିଲା ସାଂଗଠନିକ ଦକ୍ଷତା ଓ ଧୈର୍ଯ୍ୟ ।










