ପୁରୀ: ପିପିଲି ଦାଣ୍ଡମୁକୁନ୍ଦପୁର ସ୍ଥିତ ମା ବଗଳା ମୁଖୀଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଇଂରାଜୀ ନବ ବର୍ଷରେ ଭୂମି ପୂଜନ କାର୍ଯ୍ଯ ସମାପନ ହୋଇଥିବା ବେଳେ ଅଶାନ୍ତ ଫାଲଗୁନ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଠାରୁ ୭ଦିନ ଧରି ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆ ଯାଇଛି,ଏଥିରେ ପ୍ରତ୍ୟେକଦିନ ୧୫୦ରୁ ଉର୍ଦ୍ଧ୍ବ ନୈଷ୍ଠିକ ବ୍ରାହ୍ମଣ ମାନେ ନିଷ୍ଠାପର ଭାବେ ଯଜ୍ଞ କାର୍ଯ୍ଯ ସମାପନ କରିବେ।ଏହି ଉତ୍ସବରେ ସ୍ଥାନୀୟ ଅଧିବାସୀ ମାନଙ୍କ ସହିତ ବିଭିନ୍ନ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ନିଜକୁ ସାମିଲ କରିବେ।ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରାଜ୍ୟ ତଥା ଓଲିଉଡ ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ଯ ଅନୁଷ୍ଠିତ ହେବ,ଏଥିରେ ସହଯୋଗ କରିବା ପାଇଁ ଅନୁଷ୍ଠାନ ର ମୁଖ୍ୟ ଆୟୋଜକ ଦେବାଶିଷ ନନ୍ଦ ଅନୁରୋଧ କରିଛନ୍ତି।










