17.1 C
Bhubaneswar
Wednesday, February 4, 2026
Homeଓଡିଶାଭୁବନେଶ୍ୱରରେ ଘନ କୁହୁଡି: ବାତିଲ ହେଲା ୩ ବିମାନ

ଭୁବନେଶ୍ୱରରେ ଘନ କୁହୁଡି: ବାତିଲ ହେଲା ୩ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଘନ କୁହୁଡି । କୁହୁଡି ଯୋଗୁଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଆଜି ତିନୋଟି ବିମାନ ବାତିଲ ହୋଇଥିବା ବେଳେ ୧୫ଟି ବିମାନ ବିଳମ୍ବ ହୋଇଛି । ଏଥି ଯୋଗୁଁ ଦିଲ୍ଲୀ, ଅହମ୍ମଦାବାଦ ଏବଂ କୋଲକାତାକୁ ସେବା ସର୍ବାଧିକ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ, କୁହୁଡି ଯୋଗଁ ବିମାନଗୁଡିକ ଚାରି ଘଣ୍ଟା ବିଳମ୍ବ ହୋଇଛି । ଗତାକାଲି ମଧ୍ୟ ଘନ କୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା । ସେହିପରି ଆଜି ମଧ୍ୟ ଘନ କୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ନିରାପଦ କାର୍ଯ୍ୟ ପାଇଁ ବିମାନ ଚଳାଚଳ ପାଇଁ ସର୍ବନିମ୍ନ ୫୫୦ ମିଟର ଦୃଶ୍ୟମାନତା ଆବଶ୍ୟକ ହୋଇଥାଏ କିନ୍ତୁ ଆଜି ସାକଳେ ୬:୩୦ରେ ଦୃଶ୍ୟମାନତା ୫୦ ମିଟର ପର୍ଯ୍ୟନ୍ତ କମ୍ ରେକର୍ଡ କରାଯାଇଥିଲା । ତେବେ ଘନ କୁହୁଡି ଜାରି ରହିବାର ସମ୍ଭାବନା ଥିବାରୁ ବିମାନ ଆହୁରି ବିଳମ୍ବ ଏବଂ ବାତିଲ ହେବାର ସମ୍ଭାବନା ରହିଛି । ଯାତ୍ରୀମାନଙ୍କୁ ସର୍ବଶେଷ ଅପଡେଟ୍ ପାଇଁ ଏୟାରଲାଇନ୍ସ ସହିତ ଯୋଗାଯୋଗରେ ରହିବାକୁ ଏବଂ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking