19.1 C
Bhubaneswar
Tuesday, February 3, 2026
Homeଓଡିଶାଚିଲିକାରେ ୧୧ଟା ଯାଏଁ ଡଙ୍ଗା ଚଳାଚଳ ମନା

ଚିଲିକାରେ ୧୧ଟା ଯାଏଁ ଡଙ୍ଗା ଚଳାଚଳ ମନା

ଗଞ୍ଜାମ: ଚିଲିକା ପର୍ଯ୍ୟଟକଙ୍କ ପାଇଁ ସତର୍କ ସୂଚନା । କୁହୁଡି ପାଇଁ ଚିଲିକାରେ ଡଙ୍ଗା ଚଳାଚଳକୁ ନେଇ ଲାଗିଲା କଟକଣା । ଗତକାଲିର ଅଘଟଣ ପରେ ପୁରୀ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଜାରି କରିଛନ୍ତି । ଦିନ ୧୧ଟା ଯାଏଁ ଚିଲିକାରେ କୌଣସି ପ୍ରକାର ଡଙ୍ଗା ଚାଲିବନି । ପର୍ଯ୍ୟର୍ଟକଙ୍କ ବୋଟ, ଛୋଟ ମଟର , ମାଲବାହୀ ଡଙ୍ଗା ଓ ଭସାପୋଲ ସବୁକିଛିରେ କଟକଣା ଲଗାଇଛନ୍ତି ପୁରୀ ଜିଲ୍ଲାପାଳ । ପ୍ରବଳ କୁହୁଡିରେ ଚିଲିକା ଅଞ୍ଚଳରେ ଦୃଶ୍ୟମାନ୍ୟତା କମୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଡା ପଦକ୍ଷେପ ନିଆଯାଇଛି । କୁହୁଡି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଘନ କୁହୁଡି ସମୟରେ କୌଣସି ବି ପରିବହନ ଯେପରି ନ ହୁଏ ତାକୁ ନଜର ରଖିବେ ପୁଲିସ ଓ ସ୍ଥାନୀୟ ପ୍ରଶାସନ । ଏନେଇ ସ୍ଥାନୀୟ ଲୋକଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇଛନ୍ତି ସ୍ଥାନୀୟ ବିଡିଓ । ଗତକାଲି କୁହୁଡି ଯୋଗୁଁ ଏକ ଭସାପୋଲ ମଝିରେ ଫସି ରହିଥିଲା । ଯାତ୍ରୀ ନିଖୋଜ ଥିଲେ । ବହୁ ସମୟ ଖୋଜାଖୋଜି କରିବା ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking