22.1 C
Bhubaneswar
Monday, January 12, 2026
Homeଓଡିଶାପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ

ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ନୀଳଗିରିର ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟ।  ୭୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ସେ କ୍ୟାନସର ରୋଗରେ ପୀଡିତ ହୋଇ ବମ୍ବେରେ ଚିକିତ୍ସିତ ହେଉଥିଲେ । ଆଜି ଭୋର ସମୟରେ ହଠାତ ସ୍ୱାସ୍ଥ୍ୟାବସ୍ଥା ବିଗିଡୁବାରୁ ତାଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବତନ ବିଧାୟକଙ୍କ ପରଲୋକ ଖବର ଶୁଣି ନୀଳଗିରିରେ ଶୋକର ଛାୟା ଖେଳିଯାଇଛି । ନୀଳଗିରି ଆସନରୁ ଦୁଇ ଥର ବିଧାୟକ ହୋଇଥିଲେ ଅକ୍ଷୟ ଆଚାର୍ଯ୍ୟ । ସେ ୧୯୮୦ ଓ ୧୯୯୫ ମସିହାରେ ନିଳଗିରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।ନିଜ କାର୍ଯ୍ୟକାଳ ମଧ୍ୟରେ ନୀଳଗିରିରେ ବସଷ୍ଟାଣ୍ଡ ,ଏନଏସି ଗଠନ,ସମସ୍ତ ଡ୍ୟାମ ,ଜଳସେଚନ ବ୍ୟବସ୍ଥା,ସ୍କୁଲ ,କଲେଜ,ପାନ୍ଥନିବାସ ଏପରି ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ଅକ୍ଷୟ । ଏହି କାରଣରୁ ନୀଳଗିରିର ବିକାଶ ପୁରୁଷ ଭାବେ ଅଞ୍ଚଳରେ ସେ ପରିଚିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking