ଗଞ୍ଜାମ: କୁହୁଡି ହେଲା କାଳ । ମଝି ଚିଲିକାରେ ଫସିଲେ ଯାତ୍ରୀ , ଜଣେ ନିଖୋଜ । ମିଳୁନି ପତ୍ତା । ଚିଲିକାରେ ଫସିଲା ଯାତ୍ରୀବାହୀ ଭସାପୋଲ । କିଛି ଘଣ୍ଟା ଧରି ମଝି ଚିଲିକାରେ ଅଟକି ରହିଛି । ଭସାପୋଲଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ଆସୁଥିଲା । ଏଥିରେ ୫୦ ଜଣ ଯାତ୍ରୀଙ୍କ ସହିତ ଗୋଟିଏ ଯାତ୍ରୀବାହୀ ବସ ରହିଥିଲା । ଦୁଇଟି କାର ମଧ୍ୟ ରହିଛିା ତେବେ ଚିଲିକାରେ ପ୍ରବଳ କୁହୁଡି କାରଣରୁ ବାଟନ ଦେଖାଯିବାରୁ ଅଟକି ଯାଇଛି ଭସାପୋଲ । ହେଲେ ଏସବୁ ଭିତରେ ବଡ ଅଘଟଣର ଖବର ସାମ୍ନାକୁ ଆସିଛି । ଗତକାଲି ଚିଲିକାରେ ନୂଆବର୍ଷ ପାଳନ କରି ଆଜି ଫେରିବା ସମୟରେ ଜଣେ ବ୍ୟକ୍ତି ଏହି ଭସାପୋଲରୁ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଉଛନ୍ତି ଉମା ଶଙ୍କର ସାବତ । ସେ ବ୍ରହ୍ମପୁରର ବୋଲି ଜଣାପଡିଛି । ଭସାପୋଲରେ ତାଙ୍କ ଟୋପି ଏବଂ ଚପଲ ପଡିଛି । କିନ୍ତୁ ତାଙ୍କର ପତ୍ତା ଏ ଯାଏଁ ମିଳିପାରିନାହିଁ ।









