30 C
Bhubaneswar
Sunday, June 21, 2026
Homeଓଡିଶାସ୍ମୃତିରେ ଅଶୋକ ଆଲୋଚନା ଚକ୍ର 

ସ୍ମୃତିରେ ଅଶୋକ ଆଲୋଚନା ଚକ୍ର 

ଯାଜପୁର:  ବିଶିଷ୍ଟ ରାଜନେତା ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସ ଙ୍କ ୧୭ ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଗୌତମ ବୁଦ୍ଧ ସଂସ୍କୃତିଭବନ ପରିସରରେ ଅଶୋକ ଦାସ ସ୍ମୃତି ଶ୍ରଦ୍ଧାଳୁ ଶ୍ରଦ୍ଧାଞ୍ଜଳି ସମିତି ପକ୍ଷରୁ ସ୍ମୃତିରେ ଅଶୋକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତ ରାୟ,ବରିଷ୍ଠ ସାମ୍ବାଦିକ ରବି ଦାସ,କେଦାର ମିଶ୍ର ,ଯାଜପୁର ବିଧାୟିକା ସୁଜାତା ସାହୁ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଦାସଙ୍କ ରାଜନୈତିକ ଜୀବନଯାତ୍ରା ଓ ବ୍ୟକ୍ତିତ୍ବ ସଂପର୍କରେ ଆଲୋଚଚନା କରିଥିଲେ। ସମିତିର ଆବାହକ ତପନ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଶୋକ ପ୍ରେମୀ ଅଦ୍ବେିତ ଦାସ ଙ୍କ ସମତେ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଦାସଙ୍କ ସହିତ ରହିଥବା ଅନୁଭବ ବର୍ଣ୍ଣନା କରିଥଲେ। ସ୍ୱର୍ଗତ ଦାସ ତାଙ୍କର ସାଲିସି ବିହୀନ ନିର୍ଭୀବିକ ସ୍ପଟ ବାଦୀ ପରି ରାଜ ନେତା ବିରଳ ସେ ସର୍ବଦା ଚିର ସ୍ମରଣୀୟ ହୋଇ ରହିବେ ବୋଲି ବ୍ୟକ୍ତା ଓ ଅନୁଗାମୀ ମାନେ ତାଙ୍କ ର ଅନୁଭବି କଥା ମାନ ବଖାଣିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking