21.1 C
Bhubaneswar
Tuesday, December 30, 2025
Homeଓଡିଶାପିଇଓଙ୍କ ୬ଟି ଫ୍ଲାଟ୍‌, ମାର୍କେଟ କମ୍ପେ୍ଲକ୍ସ

ପିଇଓଙ୍କ ୬ଟି ଫ୍ଲାଟ୍‌, ମାର୍କେଟ କମ୍ପେ୍ଲକ୍ସ

ଆନନ୍ଦପୁର: ହାଟଡିହିର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କର ୬ଟି ଫ୍ଲାଟ୍ । ହାଟଡିହିର ବିରଞ୍ଚିପୁରରେ ୩ଟି ଓ ବସନ୍ତିଆରେ ୩ଟି ଦାମୀ ପ୍ଳଟ୍ ଠାବ କରାଯାଇଛି । ବଞ୍ଚୋ ପଞ୍ଚାୟତ ଅଫିସ୍ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ପରେ ଠାବ କରାଯାଇଛି । ବିରଞ୍ଚିପୁର ଘର ସମେତ ପତ୍ନୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ । ବିରଞ୍ଚିପୁରରେ ୩ ମହଲା କୋଠା ଓ ବସନ୍ତିଆରେ ୨ ମହଲା ମାର୍କେଟ କମ୍ପେ୍ଲକ୍ସ ଅଛି । ବିଦ୍ୟାଧରପୁରରେ ଇଲେକ୍ଟ୍ରୋନିକ ଦୋକାନ ଓ ବସନ୍ତିଆରେ ୨ଟି ଗୋଦାମ ଠାବ କରାଯାଇଛି । ୧୦୦ ଗ୍ରାମ୍ ସୁନା, ଗୋଟିଏ ଦାମୀ କାର୍ ଓ ୨ଟି ଦୁଇଚକିଆ ଠାବ କରାଯାଇଛି । ୧୯୯୫ ମସିହାରେ ପଞ୍ଚାୟତ ସମ୍ପାଦକ ଭାବେ ମାସିକ ୨୨ ଶହ ଟଙ୍କାର ଚାକିରି ଆରମ୍ଭ କରିଥିଲେ । ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢାଉ ଚାଲିଛି । ୪ ଡିଏସପି ଓ ୮ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଚାଲିଛି ଏହି ଚଢାଉ । ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ଚଢାଉ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking